ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଦର୍ଶନ କରିଛନ୍ତି ।  ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ସଂପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କୁ ସୂଚନା ଦେଛଇନ୍ତି ।  ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସିଂହ ଦ୍ଵାର ନିକଟରେ ସ୍ବାଗତ କରାଯାଇଛି।
ତାଙ୍କ ସହ ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଉପସ୍ଥିତ ରହିଥିଲେ। ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀକୁମାର ଓ ତାଙ୍କ ଟିମ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଓଡିଶା ଗସ୍ତରେ ଆସି ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶ ମୂଳକ ପ୍ରସଙ୍ଗ ଉପରେ ବୁଧବାର ଆଲୋଚନା କରିଥିଲେ।

Comments are closed.