ପାରାଦୀପ ପିପିଏଲ୍ ସାରଖାନା ମୁଖ୍ୟ ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନ ର ୪ଟି ବଗି ଲାଇନଚ୍ୟୁତ

ପାରାଦ୍ୱୀପ : ପାରାଦୀପ ପିପିଏଲ୍ ସାରଖାନା ମୁଖ୍ୟ  ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନ ର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ଫଳରେ ପିପିଏଲ୍ ସାର କାରଖାନା ଓ ଟାଉନସିପ୍ କୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ତେବେ ଘଟଣା ସ୍ଥଳରେ ରେଳ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ବଗିକୁ ହଟାଇବା ପାଇଁ କାର୍ୟ୍ୟ ଆରମ୍ଭ କରିବା ସହିତ ଟ୍ରେନ୍ ଲାଇନ୍ ମରାମତି କାର୍ୟ୍ୟ ଜାରୀ ରଖିଛନ୍ତି। ତେବେ ବିଳମ୍ବିତ ରାତିରେ ଟ୍ରେନ ଟି ପାରାଦୀପ ବନ୍ଦର କୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି । ତେବେ ଲାଇନଚ୍ୟୁତ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟ୍ରେନ ଲାଇନ୍ ର ମରାମତି କାର୍ୟ୍ୟ ଜାରୀ ରହିଛି।

Comments are closed.