ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର: ସ୍ୱତନ୍ତ୍ର ଓଡିଶା ପ୍ରଦେଶ ନିର୍ମାଣ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀକୁ ଯଥା ମର୍ୟ୍ୟାଦାର ସହ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପୂଜା ପୂଜା ସମିତି ପକ୍ଷରୁ ପାଳନ କରାଯାଇଛି । ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧିନଗର ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସ୍ମୃତିସଭା ଆୟୋଜନ ହୋଇଛି ।  ଆଜିର ସ୍ମୃତିସଭାରେ ଓଡିଶାର ସୀମାବର୍ତ୍ତୀ ଅଂଚଳ ଗୁଡିକୁ ସୁରକ୍ଷିତ ରଖିବା ସହ ସ୍ଥାନୀୟ ଅଧିବାସୀଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂରଣ କରିବାପାଇଁ ଦାବି କରାଯାଇଥିଲା। ଓଡିଶାକୁ ମଦମୁକ୍ତ କରିବା ସହ ଓଡିଶା ମାଟିର ଜଙ୍ଗଲ ଖଣି ଖାଦାନର ସୁରକ୍ଷା ପାଇଁ ନିର୍ଦ୍ଧିଷ୍ଟ ନିତି କାର୍ୟ୍ୟକାରୀ ପାଇଁ ଦାବି ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସଂଗଠନର ନେତା ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅଭିନୟ ଜଗତର ପରିଚାଳକ ତଥା ବିଶିଷ୍ଟ କଳାକାର ରବୀନ୍ଦ୍ର ନାୟକ, ଆଇନଜୀବୀ ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.