ବିହାରରେ ବିଧାନସଭା ନିର୍ବାଚନ ; ୯ଟା ସୁଦ୍ଧା ୮.୦୫% ମତଦାନ

ପାଟନା : କୋଭିଡ କଟକଣା ମଧ୍ୟରେ ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇସାରିଛି। ସକାଳ ୯ଟା ସୁଦ୍ଧା ୮.୦୫% ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ବଖତିଆରପୁରରେ ୧୪.୪୬%, ଦୀଘାରେ ୭.୬୫%, ବାଙ୍କିପୁରରୁ ୬.୭୭%,କୁମହରରେ ୫.୮୬%, ପାଟନା ସାହିବରେ ୭.୮୫%,ଫତୁହାରେ ୧୧.୧୧%, ଦାନପୁରରେ ୧୧.୪୫%, ମନେରରେ ୧୨.୩୩% ଏବଂ ଫୁଲୱାରୀରେ ୧୧.୪୨% ମତଦାନ ହୋଇଛି। ସେହିପରି ଦୀଘାର ଏକ ସରକାରୀ ସ୍କୁଲରେ ପହଞ୍ଚି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୋଟ ଦେଇଛନ୍ତି।

 

Comments are closed.