କରୋନାରେ ମୃତ୍ୟୁ ବରଣ କଲେ ପଂଚାୟତ ପିଇଓ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗା ଝରିଗୁମ୍ମା ପଞ୍ଚାୟତର ପିଇଓ ଅସମନ କମରଲାଲଙ୍କ କରୋନାରେ ଚାଲିଗଲା ଜୀବନ। ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗା ଓ ଝରିଗୁମ୍ମା ଗ୍ରାମ ପଞ୍ଚାୟତର ପିଇଓ ଗତ କିଛିଦିନ ହେଲା କରୋନା ପଜିଟିଭି ଆକ୍ରାନ୍ତ ହୋଇ ନବରଙ୍ଗପୁର କୋଭିଡ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଚିକିତ୍ସିତ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମରଶରୀରକୁ କୋଭିଡ କଟକଣାରେ ତାଙ୍କ ନିଜ ଗ୍ରାମ ମୈଦାଲପୁରରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଦେହାନ୍ତ ରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମା ର ସଦଗତି କାମନା କରିଥିଲେ । ସେହିପରି ତାଙ୍କ ଦେହାନ୍ତରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ, ଝରିଗୁମ୍ମା ସରପଞ୍ଚ ସାବିତ୍ରୀ ମାଝୀ, କଣ୍ଟାଗା ସରପଞ୍ଚ ଲମ୍ଭଧର ନାୟକ,ପିଇଓ ସଂଘ ତରଫରୁ ଶୋକ ବ୍ୟକ୍ତ କରିଛନ୍ତି।

Comments are closed.