ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ (SOG ଓ DVF) ବାହିନୀ ଗତକାଲି ଅପରେସନରେ ଯାଇଥିଲେ । ଆଜି ସକାଳେ ପୁଲିସକୁ ଦେଖିବା ପରେ ମାଓବାଦୀ ପ୍ରଥମେ ଗୁଳିଚଳନା କରିଥିଲେ । ପରେ ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚଳନା କରାଯାଇଥିଲା। ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଛି।

Comments are closed.