ଅଳ୍ପକେ ବର୍ତ୍ତିଲେ ଯବାନ ; ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡ ମାଇନ ଉଦ୍ଧାର

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରୁ ‘ବିଏସ୍‌ଏଫ୍‌’ ଯବାନମାନେ ୫ କିଲୋ ଓଜନର ଅଫୁଟା ଲ୍ୟାଣ୍ଡ୍‌ମାଇନ୍‌ ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକ ହେଉଛି ମାଓବାଦୀଙ୍କ ପୋଷାକପତ୍ର, ପଲିଥିନ୍‌, ମଲ୍ଟିମିଟର୍‌, ଓ୍ଵାକିଟକି।

ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ଥାନୀୟ ‘ବିଏସ୍‌ଏଫ୍‌’ ତରଫରୁ ପଣସଫୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ତଲାସ ଅଭିଯାନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଡ୍ରମ୍‌ ଭିତରେ ରଖି ପୋତାଯାଇଥିବା ୫ କିଲୋ ଓଜନର ଲ୍ୟାଣ୍ଡ୍‌ମାଇନ୍‌ ସମେତ ପୋଷାକପତ୍ର, ପଲିଥିନ୍‌, ମଲ୍ଟିମିଟର୍‌, ଓ୍ଵାକିଟକି ତଲାସକାରୀ ଯବାନମାନେ ଉଦ୍ଧାର କରିଥିଲେ। ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିଲା ବୋଲି ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Comments are closed.