ପୁଲିସ – ମାଓବାଦୀ ଗୁଳିବିନିମୟ ; ୩ ମାଓବାଦୀ ମୃତ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଥିରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ଡିଜି ଅଭୟ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରଖିଛି।ଲାଲ ବାହିନୀର ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ହେଲିକ୍ୟାପ୍ଟର ଯୋଗେ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ ଚାଲିଛି । ତୁଳସୀ ପାହାଡ଼ ଜଙ୍ଗଲରେ ଏକ ମାଓବାଦୀ ଶିବିର ଥିବା ଖବର ପାଇ ଏସଓଜି ଓ ଡିବିଏଫ ଯବାନ ପକ୍ଷରୁ ମାଲକାନଗିରି ଏସପି ପ୍ରହ୍ଲାଦ ମିନାଙ୍କ ନେତୃତ୍ୱରେ ଗତକାଲି ରାତ୍ରି ଠାରୁ କୁମ୍ବିଂ ଅପରେସନ କରାଯାଇଥିଲା । ଆଜି ସକାଳୁ କୁମ୍ବିଂ ଅପରେସନ କରାଯାଉ ଥିବା ସମୟରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ତେବେ ମାଓ ନେତା ସୁନୀଲ ସହିତ ଅନ୍ୟ କିଛି ମାଓନେତା ପୁଲିସର ଆକ୍ରମଣ ପ୍ରତିହିତ କରି ନପାରି ଛାତ୍ର ଭଙ୍ଗ ଦେଇଥିଲେ । ତେବେ ଘଟଣାସ୍ଥଳରୁ ପୁଲିସ ମାଓବାଦୀଙ୍କ ମୃତ ଦେହ ସମେତ , ଏକ ଇନସାସ ବନ୍ଧୁକ , ବିସ୍ପୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଏବେ ମଧ୍ୟ ଏହି ଅଂଚଳରେ କୁମ୍ବିଂ ଅପରେସନ ଚାଲି ଥିବା ବେଳେ ପୁଲିସ ମାନେ ଫେରିବା ପରେ ହିଁ ସମସ୍ତ ତଥ୍ୟ ମିଳିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.