ଖଲିକୋଟ ବିଶ୍ୱବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଂସଦର ୫ମ ବାର୍ଷିକ ସମ୍ମିଳନୀ

ଗୋପାଳପୁର : କନିସି ସ୍ଥିତ ଖଲିକୋଟ ବିଶ୍ଵବିଦ୍ୟାଳୟରେ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଂସଦ ଓ ଖଲିକୋଟ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ୫ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀକୁ ଖଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇ ଉଦଘାଟନ କରିଥିଲେ।ସଂଯୋଜକ ଡ. ମୃତ୍ୟୁଞ୍ଜୟ ସ୍ବାଇଁ ସ୍ବାଗତ ଭାଷଣ ଦେବା ସହ କୋଭିଡ୍ ୧୯ ଓ ସ୍ଵାସ୍ଥ୍ୟ ଗ୍ରାମୀଣ ଅର୍ଥନୀତି ତଥା ଶ୍ରମିକ ବିସ୍ଥାପନ ଉପରେ ଆଲୋକପାତ କରିଥିଲେ। ସଂସଦର ସଭାପତି ପ୍ରଫେସର୍ ଭାଗବତ ପାତ୍ର ଯୋଗଦେଇ ଉଦ୍ଘାଟନୀ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ. ସନ୍ଧ୍ୟା ରାଣୀ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ହେମଲତା ମେଡିକାଲ୍ ତଥା ଗବେଷଣା କେନ୍ଦ୍ରର ମୁଖ୍ୟ ପରିଚାଳକ ଓ ନିର୍ଦ୍ଦେଶକ ଡ.ଅରବିନ୍ଦ ରଥ ସମ୍ମିଳନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ସଂସଦର ସଭାପତି ଡ.କିଶୋର ହରି ବଡତ୍ୟା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଖଲିକୋଟ ବିଶ୍ଵବିଦ୍ୟାଳୟର ଡ. ଚନ୍ଦ୍ରିକା ପ୍ରସାଦ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଡ.ଶାରଦା ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ବହୁ ସଂଖ୍ୟକ ଶିକ୍ଷକ , ଗବେଷକ ଓ ଗାବେଶିକା ଅନ ଲାଇନ ଓ ଅଫ୍ ଲାଇନ୍ ରେ ଯୋଗ ଦେଇଥିଲେ। ଆଇ ଆଇ ଟି ଚେନେଇ ର ଡ.ସନ୍ତୋଷ କୁମାର ସାହୁ, ବେଙ୍କକକ ସ୍ଥିତ ଥମସାଟ ବିଶ୍ଵବିଦ୍ୟାଳୟ ର ଡ. ସ୍ପେତା ସିହ୍ନା, ଏ ଇ ଆର୍ ସି ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଏସ.ଏସ. କାଲାମକର , ବ୍ରହ୍ମପୁର ବିଶ୍ଵବଦ୍ୟାଳୟର ପ୍ରଫେସର୍ ସୁଧାକର ପାତ୍ର, ଆଇ ଆଇ ଟି ତିରୁପତି ର ଡ.ଚନ୍ଦ୍ର ଶେଖର ବାହିନୀପତି, ଆନ୍ଦ୍ର ପ୍ରଦେଶର ଏସ ଆର୍ ଏମ୍ ବିଶ୍ଵବିଦ୍ୟାଳୟ ର ୟ.ଘନଶ୍ୟାମ ପାଣ୍ଡେ, ନାଇଜର ଭୁବନେଶ୍ୱର ର ଡ.ଅମରେନ୍ଦ୍ର ଦାସ, ଆଇ ଆଇ ଟି ଭୁବନେଶ୍ୱର ର ଡ. ଦୁଃଖବନ୍ଧୁ ସାହୁ, ସି ଟି ଆର୍ ଏନ୍ ଭୁବନେଶ୍ୱର ଡ. ରାଧାକୃଷ୍ଣ ପଣ୍ଡା, ସିବିଜିଏ ନୂଆଁ ଦିଲ୍ଲୀ ର ଡ. ନିଳକ୍ଷଞ୍ଚଳ ଅଚାରୀୟ ଯୋଗ ଦେଇ ” କୋଭିଡ୍ ୧୯ ସ୍ଵାସ୍ଥ୍ୟ ଗ୍ରାମୀଣ ଅର୍ଥନୀତି ତଥା ଶ୍ରମିକ ବିସ୍ଥାପନ” ନିଜ ନିଜ ସନ୍ଧର୍ଭ ପାଠ କରିଥିଲେ। ଅଧକ୍ଷ ଭାବରେ ଡ. ମୃତ୍ୟୁଞ୍ଜୟ ମିଶ୍ର, ଡ.ଉମେଶ ଚନ୍ଦ୍ର ପାଣିଗ୍ରାହୀ, ଡ. ଅନନ୍ତ ବାସୁଦେବ ସାହୁ, ଡ.ବିଶ୍ୱଜିତ୍ ଛାଟଇ କାର୍ୟ୍ୟ କ୍ରମକୁ ପରିଚାଳନା କରିଥିଲେ। ଡ. ଅଞ୍ଜଳି ଦାସ, ମିସ୍ ମାଧୁରୀ ପାଢ଼ୀ ଓ  ଚନ୍ଦ୍ରିକା ପ୍ରସାଦ ଦାସ ରାପୋଟିୟର ଭାବେ ପରିଚାଳନା କରିଥିଲେ। ଏହି ଅବସରରେ ସରକାର ଙ୍କ ତରଫରୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଥିବା ସୁବିଧା ଗୁଡ଼ିକୁ କେବଳ ଅତି ଗରିବ ଲୋକଙ୍କ ପାଇଁ ରଖାଯିବା ଉଚିତ୍ ଓ ଶ୍ରମ ଭିତ୍ତିକ ମାଧ୍ୟମରେ ଆୟପନ୍ଥା ଯୋଗାଇ ଦିଆଯିବା ଉଚିତ ବୋଲି ବକ୍ତା ମାନେ ମତ ଦେଇଥିଲେ। ସମ୍ମିଳନୀର ଉଜ୍ଜପନୀ ଅଧିବେଶନରେ ଆଇ ଟି ଏମ୍ ଗ୍ବାଲିଆର ର ଡ.ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ଏଥିରେ ସଂସଦର ସଭାପତି ପ୍ରଫେସର୍ ଭାଗବତ ପାତ୍ର ଓ ମନୋଜ କୁମାର ଦାସ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଖଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମିଳନୀ ର ସଂଯୋଜକ ଡ. ମୃତ୍ୟୁଞ୍ଜୟ ସ୍ବାଇଁ ଅବସରପ୍ରାପ୍ତ ଶିକ୍ଷକ ଡ. ହରପ୍ରିୟା ପଟ୍ଟନାୟକ, ଡ.ପୁଷ୍ପାଞ୍ଜଳି ସାବତ, ଡ.ସୁନନ୍ଦା ପଟ୍ଟନାୟକ, ଡ. ସନ୍ଧ୍ୟାରକ୍ଷଣୀ ଦାସ, ଡ. ଅରୁଣା ସାମଲ, ଡ. ହରିଶ୍ ଦାସ, ଡ. ଚନ୍ଦ୍ରଦ୍ଵଜ ପଣ୍ଡା, ଶ୍ରୀଯୁକ୍ତ ଅରବିନ୍ଦ ପଣ୍ଡା, ଡ. ଗୌରୀ ପ୍ରସାଦ ମହାପାତ୍ର, ଡ. ଦେବଦତ୍ତ ଚୌଧୁରୀ, ପ୍ରଫେସର୍ ଆର୍.ପି.ଶର୍ମା ( ଆଜୀବନ ପୁରସ୍କାର ) ଙ୍କୁ ସମ୍ମାନୀତ କରିଥିଲେ।ପରେ ସଭାପତି ଭାବେ ବ୍ରହ୍ମପୁର ବିଶବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ସୁଧାକର ପାତ୍ର ଏବଂ ଉପ ସଭାପତି ଭାବେ ଖଲିକୋଟ ବିଶ୍ଵବିଦ୍ୟାଳୟ ର ଅର୍ଥନୀତି ଓ ପରିଚାଳନା ବିଭାଗର ମୁଖ୍ୟ ଡ. ମୃତ୍ୟୁଞ୍ଜୟ ସ୍ବାଇଁ ଙ୍କୁ ଆଗମୀ ସମ୍ମିଳନୀ ପାଇଁ ସାଧାରଣ ବୈଠକ ରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି। ଏହି ସମ୍ମିଳନୀରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ବିଶ୍ଵବିଦ୍ୟାଳୟର ଗବେଷଣା ରତ ଛାତ୍ର ସେତକ ପଲକ୍, ଅଶୋକ ଭୁକ୍ତା, ସୁଶାନ୍ତ କୁମାର ତରେଇ, ରୋସନ ବିଶ୍ବରଂଜନ, ସୁରେଶ ଚନ୍ଦ୍ର ମାଝୀ, ପିଟର ସୌମ୍ୟା, ଦିପୁ ମହାରଣା ପ୍ରମୁଖ ଙ୍କ ଭୂମିକା ରହିଥିଲା। ଏହି ଅବସରରେ ସୋଭିନାର ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।

Comments are closed.