ଗ୍ୟାସ ଟାଙ୍କି ଫାଟି ପୋଡି ହୋଇ ୭ ଗୁରୁତର

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲା  ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଆଜି ସକାଳେ ଏକ ଅଘଟଣ ଘଟିଛି । ଜଣଙ୍କ ଘରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ପୋଡି ହୋଇ ୭ ଗୁରୁତର ହୋଇଛନ୍ତି । ୩ ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଗମ୍ଭାରୀମୁଣ୍ଡାରେ ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇ ଚାଲିଥିବା ସମୟରେ ଗ୍ୟାସ ଟାଙ୍କିରେ ହଠାତ ନିଆଁ ଲାଗି ଯାଇଥିଲା । ଏହାପରେ ପାଖ ପଡ଼ୋଶୀ ପାଟି ଶୁଣି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଉକ୍ତ ସମୟରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଘଟଣାସ୍ଥଳରେ ଥିବା ୭ ଜଣ ପୋଡି ହୋଇ ଗୁରୁତର ହୋଇଛନ୍ତି । ଖବର ପାଇ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Comments are closed.