ଆସୁଛି ବାତ୍ୟା ; ୪ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ବାତ୍ୟା ଆସୁଥିବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି। ଆସନ୍ତା ୪ ତାରିଖ ସକାଳେ ବାତ୍ୟା ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। କାଳକ୍ରମେ ପଶ୍ଚିମ-ଉତ୍ତର,ପଶ୍ଚିମ ଗତିକରି ୨ ତାରିଖରେ ଡିପ୍ରେସନ ହେବ। ୪ ତାରିଖ ସକାଳେ ବାତ୍ୟାରେ ପରିଣତ ହୋଇ ଉପକୂଳରେ ପହଞ୍ଚିବ। ୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହେବ। ୪ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢିବା ସହ ୪୫/୫୦ କିମି ବେଗରେ ପବନ ବହିବ। ୪ ତାରିଖ ସକାଳେ ଦକ୍ଷିଣ ଓଡିଶା- ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ। ଉପକୂଳରେ ପହଞ୍ଚିଲେ ମଧ୍ୟ ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ। ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ବାତ୍ୟା ଗତି କରିବ। ବାତ୍ୟାର ପ୍ରଭାବ ଉପକୂଳ ଓଡିଶାରେ ଅଧିକ ରହିବ। ସର୍ବାଧିକ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ। ଏହାସହ ଉପକୂଳ ଓଡିଶାର ସବୁ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୩ ତାରିଖ ରାତିରୁ ରାଜ୍ୟରେ ବର୍ଷା ବଢିବା ସହ ପବନର ବେଗ ମଧ୍ୟ ବଢିବ। ୪ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।

Comments are closed.