ପେସାରେ ଶିକ୍ଷକ ନିଶାରେ ଗଛ ଲଗାଇବା ; ୧୦ଫୁଟ ଉଚ୍ଚତାର ଖଡାଗଛ

ବୌଦ୍ଧ : କଣ୍ଟାମାଳ ବ୍ଲକ ଶିମିଳିପଦର ଗ୍ରାମପଂଚାୟତ ଅନ୍ତର୍ଗତ ସିଆଲଝୁଲି ଗ୍ରାମରେ ଦେଖିବାକୁ ମିଳିଛି ୧୦ଫୁଟ ଲମ୍ବର ଖଡାଗଛ । ଏହି ଗାଁ ର ସରୋଜ କୁମାର ରଣାଙ୍କ ଘରେ ଏହି ଗଛ ଦେଖିବାକୁ ମିଳିଛି । ସରୋଜ ଜଣେ ଶିକ୍ଷକ । କିନ୍ତୁ ଗଛ ଲଗାଇବା ତାଙ୍କର ପିଲା ବେଳରୁ ଗୋଟିଏ ଅଭ୍ୟାସ ।  ଏହି ଗଛ ଟିକୁ ସେ ବହୁତ ଯତ୍ନ ରେ ବଢାଇଥିଲେ । ଏହି ଗଛଟିକୁ ଦେଖି ଅଞ୍ଚଳବାସୀ ସରୋଜ କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.