ଘରେ କଣ୍ଟାବାଡ଼ ପକାଇବାକୁ ନେଇ ଗଣ୍ଡଗୋଳ ; ଜଣେ ଆହତ 

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ତଳସାହିରେ ଆଜି ଘରେ କଣ୍ଟାବାଡ଼ ପକାଇବାକୁ କେନ୍ଦ୍ରକରି ଦୁଇ ଯାଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହୋଇଛନ୍ତି ।ଉଭୟ ପକ୍ଷରୁ ବାଘମାରୀ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।
ସମ୍ପୃକ୍ତ ଗ୍ରାମର ରୁଷିଆ ପଲାରୁ ତାର ପରିବାର ସହିତ କଟକରେ ରହୁଥିବାବେଳେ ତାଙ୍କର ସାନଭାଇ ବାଉରିବନ୍ଧୁ ପଲାରୁ ନିଜ ପରିବାରକୁ ନେଇ ନିଜ ଘରେ ରହୁଥିଲେ ।କିନ୍ତୁ ବାଉରୀଙ୍କ ପତ୍ନୀ ମିଲି ପଲାରୁ ଘରେ କଣ୍ଟାବାଡ଼ ପକାଇଥିବାବେଳେ ଋଷିଆଙ୍କ ପତ୍ନୀ ରୁନୁ ପଲାରୁ ଏହା ଦେଖି କଣ୍ଟାଗୁଡିକ କାଢ଼ିଦେଇଥିଲା ।ଫଳରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।ଉତ୍ତେଜିତ ହୋଇ ମିଲ୍ଲୀ ପଲାରୁ ଏବଂ ତାଙ୍କ ପୁଅ ବାଦଲ ପଲାରୁ ରୁନୁଙ୍କୁ ଏକ ପନିକି ସାହାଯ୍ୟରେ ହାଣି ଦେବାରୁ ତାଙ୍କର ହାତ ,କପାଳ ଏବଂ ଆଖି ପାଖରେ ଆଘାତ ଲାଗିଛି ।ସେ ଆହତ ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିସ୍ଥିତ ହେବା ପରେ ବାଘମାରୀ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି ।ସେହିପରି ମିଲି ପଲାରୁ ତାଙ୍କର ଯା ଏବଂ ଦେଢଶୁର ଏକ ପଥରରେ ଛେଚି ମାରିଦେବା ପାଇଁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ।ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକ ଙ୍କ ନିର୍ଦେଶରେ ଏ ଏସ ଆଇ ପୂର୍ଣ୍ଣଚନ୍ଦ୍ର ଜେନା ଦୁଇଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.