ପୁଣି ଉଡିଲା ସୁଖୋଈ – ଧରାପଡିଲା ପାକ ମିଛ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ଆଜି ତାର ୮୭ତମ ପ୍ରତିଷ୍ଠା ଦିବସରେ ଅଭିନବ କଲା କୌଶଳ ପ୍ରଦର୍ଶନ କରିବା ସହ ପାକିସ୍ତାନର ଆଉ ଏକ ମନ୍ତବ୍ୟକୁ ମିଛ ପ୍ରମାଣିତ କରିଛି। ୨୦୧୯ ଫେବୃଆରୀରେ ୨୭ରେ ବାଲାକୋଟ ଆକ୍ରମଣରେ ଭାରତର ସୁଖୋଈ-୩୦ ଏମକେଆଇ ବିମାନକୁ ପାକିସ୍ତାନ ଗୁଳି କରି ଖସାଇଦେଇଥିବା କରିଥିବା ଦାବିକୁ ମିଛ ପ୍ରମାଣିତ କରି ଆଜି ଭାରତୀୟ ବାୟୁ ସେନା ସେହି ବିମାନକୁ ଉଡାଇଛି। କେବଳ ସେତିକି ନୁହେଁ ଆଭେଞ୍ଜର ଭାବେ ଜଣାଶୁଣା ଏହି ସୁଖୋଈ-୩୦ ଏମକେଆଇ ବିମାନକୁ ଆଜି ମଧ୍ୟ ସେହି ଦୁଇ ପାଇଲଟ ଉଡାଇଛନ୍ତି ଯେଉଁ ଦୁଇ ପାଇଲଟ ବାଲାକୋଟ ଆକ୍ରମଣରେ ଉଡ଼ାଇଥିଲେ।

ସେତେବେଳେ ଭାରତୀୟ ବାୟୁ ସେନାର ଉଇଙ୍ଗ କମାଣ୍ଡର ଅଭିନବ ପାକିସ୍ତାନର ଏକ ଆମେରିକା ନିର୍ମିତ ଯୁଦ୍ଧ ବିମାନକୁ ଖସାଇଦେଇଥିଲେ।

Comments
Loading...