ଟ୍ରକ – ବାଇକ୍ ଦୁର୍ଘଟଣା ; ଜଣେ ମୃତ ଜଣେ ,ଗୁରୁତର

ପାଟଣା :  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରି ପଞ୍ଚାୟତ କାର୍ୟ୍ୟାଳୟ ସମ୍ମୁଖରେ ସନ୍ଧ୍ୟା ସାଢେ଼ ୭ ଟା ସମୟରେ ଠିଆ ହୋଇଥିବା ଏକ ଟ୍ରକ ରେ ଦୃତ ଗତିରେ ଯାଉଥିବା ଏକ ବାଇକ୍ ପିଟି ହୋଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଦୁର୍ଘଟଣା ରେ ଜଣେ ବାଇକ୍ ଆରୋହୀ ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ମୃତ ବାଇକ୍ ଆରୋହୀ ସଠିକ ପରିଚୟ ମିଳିପାରି ନଥିବା ବେଳେ ରାସ୍ତା ନିର୍ମାଣକାରୀ ମଣ୍ଟେକାର୍ଲୋ କମ୍ପାନୀ ର କର୍ମଚାରୀ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ତୁରୁମୁଙ୍ଗା ଆରକ୍ଷୀ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

Comments are closed.