ଉତ୍ତରପ୍ରଦେଶର ୩୯ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାରତୀୟ ସମାଜ ପାର୍ଟି

ଲକ୍ଷ୍ନୌ : ବିଜେପି ଟିକେଟ୍‍ରେ ନିର୍ବାଚନ ଲଢିବା ନେଇ ସହମତି ନହେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର ମଙ୍ଗଳବାର ଉତ୍ତରପ୍ରଦେଶର ୩୯ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ରାଜଭର କହିଛନ୍ତି ଯେ ବିଜେପି ଚିହ୍ନରୁ ନିର୍ବାଚନ ଲଢିବାକୁ ମୋତେ କୁହାଯାଇଥିଲା, ହେଲେ ମୁଁ ନିଜ ଦଳର ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି। ତେବେ ବିଧାନସଭାରେ ବିଜେପି ସହ ମେଣ୍ଟ କାଏମ ରହିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାକ୍ଷାତକାର ପାଇଁ ସମୟ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ଆମକୁ ଗୋଟିଏ ବି ଲୋକସଭା ଆସନ ଦେଉନଥିବାରୁ ଅଲଗା ପ୍ରାର୍ଥୀ ଦେବାକୁ ବାଧ୍ୟ ହେଲୁ ବୋଲି ସେ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ବିଜେପିଠୁ ଅଲଗା ହୋଇ ଲୋକସଭା ନିର୍ବାଚନ ଲଢିବାକୁ ଶନିବାର ରାଜଭର ଘୋଷଣା କରିଥିଲେ। ଏହି କ୍ରମରେ ମଙ୍ଗଳବାର ରାଜଭର ସୀତାପୁର, ଲକ୍ଷ୍ନୌ, ବାନ୍ଧା, ଫତେହପୁର, ଆହ୍ଲାବାଦ, ଫୈଜାବାଦ, ଆମ୍ବେଦକରନଗର, ରାୟବରେଲି, ଅମେଠି, ବାରାବଙ୍କି, ପ୍ରତାପଗଡ଼, ମୋହନଲାଲନଗଞ୍ଜ, ସନ୍ତକବୀରନଗର, ମହାରାଜଗଞ୍ଜ, ଗୋରଖପୁର, କୁଶୀନଗର, ଦେଓରିଆ ଆଦି ୩୯ଟି ଲୋକସଭା ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

Comments are closed.