ଇଭିଏମ୍‌ ଭଙ୍ଗାମାମଲାରେ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶଙ୍କୁ ମିଳିଲା ଅଗ୍ରୀମ ଜାମିନ୍‌

କଟକ .- ଇଭିଏମ୍‌ ଭଙ୍ଗାମାମଲାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ ମିଶ୍ରଙ୍କୁ ଅଗ୍ରୀମ ଜାମିନ୍‌ ମିଳିଛି । ଉଚ୍ଚ ନ୍ୟାୟାଳୟ ତାଙ୍କୁ ଏହି ଅଗ୍ରୀମ ଜାମିନ୍‌ ପ୍ରଦାନ କରିଛନ୍ତି । ତୃତିୟ ପର୍ଯ୍ୟାୟ ନିର୍ବାଚନ ବେଳେ ସେ ଏକ ବୁଥ୍‌ରେ ଇଭିଏମ୍‌ ମେସିନ୍‌ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା ।
ଏହି ଘଟଣାରେ ତାଙ୍କ ନାମରେ ମାମଲା ରୁଜୁ ହେବା ପରେ ଗିରଫଦାରୀକୁ ଏଡିଇବା ପାଇଁ ଫେରାର ହୋଇଯାଇଥିଲା । ପୁରୀ ପୁଲିସ ପକ୍ଷରୁ ଲୁକ୍‌ ଆଉଟ୍‌ ବିଜ୍ଞପ୍ତି ଜାରୀ କରାଯାଇଥିଲା । ଏକ ଭିଡିଓ ସନ୍ଦେଶରେ ଓମ୍‌ ପ୍ରକାଶ ନିର୍ଦୋଶ ବୋଲି କହିଥିଲେ ।

Comments are closed.