ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କବାଣୀ, ଡେଲ୍‍ଟା ଠାରୁ ଓମିକ୍ରନ ୫ ଗୁଣ ଅଧିକ ସଂକ୍ରାମକ

ଓମିକ୍ରନ ସଂକ୍ରମଣ ଡେଲ୍‍ଟା ଠାରୁ ୫ ଗୁଣ ଅଧିକ ସଂକ୍ରାମକ ବୋଲି ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି ଯେ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡା ନଜର ରଖିଛି। ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ କରାଯିବ। ସେମାନେ ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ, ସେନେଇ ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ଗୃହ ସଙ୍ଗରୋଧ ବ୍ୟବସ୍ଥା ନଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେ କହିଛନ୍ତି ଯେ ଓମିକ୍ରନ ଅଧିକ ସଂକ୍ରମଣକ୍ଷମ ହୋଇଥିବାରୁ କେତେଜଣଙ୍କ ପାଇଁ ଡାକ୍ତରଖାନା ଆବଶ୍ୟକ ହେବ ଓ କେତେ ଗୁରୁତର ହେବ ଜଣାପଡିନି। ତେବେ ଆଶ୍ବସ୍ତିର କଥା ହେଉଛି ଯେ ଏହି ସଂକ୍ରମଣରେ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି ଏବଂ ଏହା ଉପରେ ଟିକାର ପ୍ରଭାବ କଣ ରହିବ ସେ ନେଇ ବିଶ୍ଳେଷଣ ଜାରି ରହିଛି।

Comments are closed.