ଦେଶର କେଉଁଠି କେତେ ଓମିକ୍ରନ୍‍ ମାମଲା ? ଜାଣନ୍ତୁ..

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କଲାଣି ଓମିକ୍ରନ୍‍ ଭୂତାଣୁ । ଏଯାଏ ଦେଶର ୧୭ ରାଜ୍ୟରେ ୪୧୫ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୦୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଦିଲ୍ଲୀରୁ ୭୯, ଗୁଜରାଟ ୪୩, ତେଲେଙ୍ଗାନା ୩୮, କେରଳ ୩୭, ତାମିଲନାଡ଼ୁ ୩୪, କର୍ଣ୍ଣାଟକ ୩୧ ଓ ରାଜସ୍ଥାନରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହରିଆଣା, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରୁ ୪ ଓମିକ୍ରନ ମାମଲା ଆସିଛି ।

ସେହିପରି ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀରରୁ ୩ଜଣ ଏବଂ ଉତ୍ତରପ୍ରଦେଶରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚଣ୍ଡିଗଡ଼ ଳଦାଖ ଓ ଉତ୍ତରାଖଣ୍ଡରୁ ଜଣେ ଖୋଏ ଓମିକ୍ରନ ମାମଲା ଆସିଛି । ସବୁଠୁ ବଡ଼କଥା ହେଇଛି ଏଯାଏ ଦେଶରୁ ମୋଟ୍‍ ୧୧୫ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି ।

Comments are closed.