ମହାରାଷ୍ଟ୍ରର ପ୍ରଥମ ଓମିକ୍ରୋନ ଆକ୍ରାନ୍ତ ସୁସ୍ଥ ହେଲେ – ପରୀକ୍ଷଣ ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବଇ – ମହାରାଷ୍ଟ୍ରରs ଚିହ୍ନଟ  ହୋଇଥିବା ପ୍ରଥମ  ଓମିକ୍ରୋନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାରୁ ଡାକ୍ତରଖାନାରୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ମୁମ୍ବଇ କଲ୍ୟାଣ-ଡୋମ୍ବିଭ୍ୟାଲି ନଗର ନିଗମରେ ବସବାସ କରୁଥିବା ଏହି ଇଂଜିନିୟର ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ସେ ଦୁବାଇ ରାସ୍ତା ଦେଇ ବିମାନରେ ଭାରତକୁ ଫେରିଥିଲେ। ସେ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଥିଲେ । ଏହାପରେ ମୁମ୍ବଇ ଯାଇଥିଲେ । ମୁମ୍ବଇରେ ପହଞ୍ଚିବା ମାତ୍ରେ ଦିଲ୍ଲୀରେ ହୋଇଥିବା ପରୀକ୍ଷଣରେ ସେ ଓମିକ୍ରୋନ ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା ।

ତାଙ୍କର ପରୀକ୍ଷଣ କରାଯିବାରୁ ଓମିକ୍ରୋନ ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା । ବୁଧବାରରେ ତାଙ୍କର ପରୀକ୍ଷଣ କରାଯାଇଥିଲା । ମାତ୍ର ଏହା ନେଗେଟିଭ୍‌ ଆସିବାରୁ ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯାଇଛି ।

ମୁମ୍ବଇରେ ପହଞ୍ଚିବା ପରେ ତାଙ୍କର ଜିନୋମ ପରୀକ୍ଷା ପାଇଁ ନାଜାଲ୍‌ ସ୍ବାବ ପଠାଯାଇଥିଲା।ଏଥିରେ ଓମିକ୍ରୋନ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ତାଙ୍କୁ କଲ୍ୟାଣ କୋଭିଡ୍‌ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବୁଧବାରରେ ସେ ଓମିକ୍ରୋନ ନେଗେଟିଭ୍‌ ବୋଲି ଜଣା ପଡିବା ପରେ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି ।

Comments are closed.