ରାଜ୍ୟରେ ଆଉ ୫ ଓମିକ୍ରନ ସଂକ୍ରମିତ ଚିହ୍ନଟ

ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଆଉ ୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏନେଇ ଆଇଏଲଏସ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି। ଗତ ୨୧ ତାରିଖରେ ଓଡିଶାରୁ ଚିହ୍ନଟ ହୋଇଥିଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ।
ଚିହ୍ନଟ ହୋଇଥିବା ୫ ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ବିଦେଶ ଫେରନ୍ତା। କତାର, କଙ୍ଗୋ, ୟୁଏଇ ଆଦି ଦେଶରୁ ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଅନ୍ୟ ପଞ୍ଚମ ବ୍ୟକ୍ତି ଜଣକ କୌଣସି ବିଦେଶ ଗସ୍ତ କରିନଥିବା ବେଳେ ସେ ରାୟପୁର ଓ ହାଇଦ୍ରାବାଦ ଗସ୍ତ କରିଥିବା ଜଣାପଡିଛି। ଉକ୍ତ ୫ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସେଥିମଧ୍ୟରୁ ଜଣଙ୍କର ପଜିଟିଭ ମିଳିଛି। ଜିନମ ସିକ୍ୟୁଏନସିଂ ପାଇଁ ଯାଇଛି। ଆକ୍ରାନ୍ତ ସମସ୍ତ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Comments are closed.