ଓଡିଶା ଛୁଇଁଲା ଓମିକ୍ରନ ; ଚିହ୍ନଟ ହେଲ ୨ ଆକ୍ରାନ୍ତ

ଭୁବନେଶ୍ୱର : ଓଡିଶା ଛୁଇଁଲା କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ। ରାଜ୍ୟରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ) ପକ୍ଷରୁ ଆଜି ସୂଚନା ମିଳିଛି। ଉକ୍ତ ୨ ଜଣଙ୍କ ଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇଛି। ସେମାନେ  କଟକ ଓ ଜଗତସିଂହପୁରର ।  କିଛି ଦିନ ତଳେ ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଓଡିଶା ଆସିଥିଲେ। କୋଭିଡ଼ ପଜିଟିଭ ହେବା ପରେ ଉଭୟଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ରିପୋର୍ଟ ଆସିବା ପରେ ସେମାନେ ଓମିକ୍ରନ ସଂକ୍ରମିତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି।

Comments are closed.