ଓମଫେଡ଼ କର୍ମଚାରୀଙ୍କ ମୃତ୍ୟୁ : ସମ୍ପର୍କୀୟଙ୍କ କ୍ଷତିପୂରଣ ଦାବି

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଠାରେ ଥିବା ଓମଫେଡ଼ ଡାଏରୀର ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ହୋଇଛି। ମୃତ କର୍ମଚାରୀ ଜଣକ ହେଲେ ୫୪ ବର୍ଷୀୟ ରବି ନାୟକ। ତାଙ୍କ ଘର ସମ୍ବଲପୁର ରାଣୀ ବଗିଚା ଅଞ୍ଚଳରେ। ମଙ୍ଗଳବାର ରାତିରେ ସେ କାର୍ୟ୍ୟରତ ଥିବା ସମୟରେ ହଠାତ ଗୁରୁତର ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ସେ କାରଖାନା ମଧ୍ୟରେ କୌଣସି ଏସିଡ଼୍ ଜାତୀୟ ଦ୍ରବ୍ୟ ପାନ କରି ଦେଇଥିବା ଅନୁମାନ କରାଯାଉଛି। ତେବେ ତାଙ୍କର ମୃତ୍ୟୁ କିଭଳି ଘଟିଲା ତାହା ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡିବ। ତେବେ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ସହିତ ତାଙ୍କ ପରିବାରର ଜଣକୁ ଚାକିରୀ ଦେବା ପାଇଁ ରବିଙ୍କ ସମ୍ପର୍କୀୟ ଏବଂ କାରଖାନାର କର୍ମଚାରୀ ମାନେ ଦାବି କରିଛନ୍ତି।
ଓମଫେଡ଼ କର୍ତ୍ତୃପକ୍ଷ ଆସନ୍ତା ତିନିମାସ ମଧ୍ୟରେ ସମସ୍ତ ଦାବି ପୁରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିବା ଅରୁଣ ଶର୍ମା (ପ୍ଲାଣ୍ଟ ମ୍ୟାନେଜର, ଓମଫେଡ଼ ଡାଏରୀ ସମ୍ବଲପୁର) ପ୍ରକାଶ କରିବା ପରେ ସ୍ଥିତି ଶାନ୍ତ ହୋଇଥିଲା।

Comments are closed.