ରାଣୀପୁର ଝିରଆଲ୍ ଯୋଗିନୀ ପୀଠ ସୋମେଶ୍ୱର ମନ୍ଦିର ଦାନ ବାକ୍ସର ତାଲା ଭାଙ୍ଗି ଚୋରି

ଧରାପଡିଯିବା ଭୟରେ ସିସି ଟିଭି କ୍ୟାମେରା ସହ ହର୍ଡାଡିସ୍କ ଚୋରି କଲେ ଦୁର୍ବୁତ୍ତ

ବଙ୍ଗୋମୁଣ୍ଡା/ସିନେ୍ଧକେଲା: ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିର ଦାନ ବାକ୍ସର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ସିସି ଟିଭି କ୍ୟାମେରା ଓ ହାର୍ଡଡିସ୍କ ଚୋରି ହୋଇଥିବା ଅଭିଯୋଗ ହୋଇଛି।

 

ଶୁକ୍ରବାର ବଙ୍ଗୋମୁଣ୍ଡା ବ୍ଲକର ସିନେ୍ଧକେଲା ନିକଟରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସୋମେଶ୍ୱର ମନ୍ଦିର ପରିସରରୁ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମୁଖ୍ୟ ଗେଟର ତାଲା ଭାଙ୍ଗି ଦାନ ବାକ୍ସରେ ଥିବା ଲକ୍ଷାଧିକ ଟଙ୍କା ନେଇ ଯାଇଛନ୍ତି। ଏଥିସହିତ ଦୁବୃର୍ତ୍ତମାନେ ଧରାପଡିଯିବା ଭୟରେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ସହ ହର୍ଡାଡିସ୍କ ଚୋରି କରିଛନ୍ତି। ଶନିବାର ସକାଳେ ମନ୍ଦିରକୁ ପୂଜା କରିବା ପାଇଁ ପୂଜକ ଆସିଥିବା ବେଳେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। ଏ ସଂପର୍କରେ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ। ପରିଚାଳନା କମିଟି ସିନେ୍ଧକେଲା ଥାନାର ଦ୍ୱାରସ୍ଥ ହୋଇ ଚୋରି ସଂପର୍କରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.