ଲୋକଙ୍କ ପାଇଁ କାଳ ସାଜିଛି ସରକାରୀ ଖଣି ଓଏମ୍‌ସି

ଖଣି ଦ୍ବାରା ଦେଶ ଓ ରାଜ୍ୟର ବିକାଶ ହେଉଥିବା ବେଳେ ଖଣି ପ୍ରଭାବିତ ଅଞ୍ଚଳରେ ଲୋକ ମାନେ ଭୋଗୁଛନ୍ତି ଦାରୁଣ ଦୁଃଖ। ତେବେ ଶୁଆକାଟି ଠାରେ ଅବସ୍ଥିତ ସରକାରଙ୍କ ଓଏମସି ଦ୍ବାରା ପରିଚାଳିତ ହେଉଥିବା ଗନ୍ଧମାର୍ଦନ ଖଣି କିଭଳି ସମସ୍ତ ଆଇନର ଉଲ୍ଲଘଂନ କରି ଚାଲିଛି ତାହା ପ୍ରଶାସନର ସ୍ବଚ୍ଛତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାଂଶପାଳ: ଏହି ବ୍ଲକର ଶୁଆକାଟିରେ ରାଜ୍ୟ ସରକାରଙ୍କର ଓଡିଶା ଖଣି ନିଗମ ଦ୍ୱାରା ପରିଚାଳିତ ହେଉଛି ଗନ୍ଧମାର୍ଦନ ଆଇରନ ଖଣି ହେଲେ ଏହି ସରକାରୀ ଖଣି ଏବେ ନେଉଛି ସ୍ଥାନୀୟ ଲୋକଙ୍କ ଜୀବନ। ବ୍ଲକର ଶୁଆକାଟି, ତଳ କଇଁସାରି, କୁମୁଣ୍ଡି ତିନିଟି ପଞ୍ଚାୟତ ହେଉଛି ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ହେଲେ ମୁଖ୍ୟତ ତଳ କଇଁସାରି,ଇଚିଣ୍ଡା,ଶୁଆକାଟି, ଦଅଁଳା,ଉପର କଇଁସାରୀ, ଜାଗର, ଜଳଡିହି, ଆଦି ଗ୍ରାମ ହେଉଛି ଅଧିକ କ୍ଷତିଗ୍ରସ୍ତ ଏହି ସବୁ ଗ୍ରାମରେ ମୌଳିକ ସୁବିଧା ତଥା ବିଶୁଦ୍ଧ ପାନୀୟ ଜଳ , ଡାକ୍ତରଖାନା , ଗମନାଗମନ ଭଳି ଅନେକ ମୌଳିକ ସୁବିଧା ମିଳିପାରୁନାହିଁ ଏପରି କି ଛାତ୍ର ଛାତ୍ରୀମାନେ ପାଠ ପଢିବାକୁ ସ୍ଥିର କରିଥିଲେ ମଧ୍ୟ ସେମାନଙ୍କୁ ସୁବିଧା ସୁଯୋଗ ମିଳୁନାହିଁ କି ସ୍ଥାନୀୟ ଲୋକମାନଙ୍କୁ ରୋଜଗାର ପାଇଁ କୌଣସି କାମଧନ୍ଧା ମିଳୁନାହିଁ । ହେଲେ ଖଣି କର୍ତ୍ତ୍ବପକ୍ଷ ସବୁ ଦେଖି ଜାଣି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି।

ଖଣି ଅଞ୍ଚଳରେ ଶୋଚନୀୟ ଅବସ୍ଥାରେ ରାସ୍ତା

୨୦୧୪ ପୁର୍ବରୁ ବନ୍ଦ ହୋଇ ରହିଥିବା ଏହି ଖଣି ୨୦୧୫ ପରେ ପୁଣି କାମ ଆରମ୍ଭ କରିବା ସହିତ ଖଣିରୁ ଆଇରନ ପରିବହନ କରିଆସୁଛି ହେଲେ ବର୍ଷ ବର୍ଷ ଧରି ଚାଲୁଥିବା ଏହି ସରକାରୀ ଖଣି ସ୍ଥାନୀୟ ଖଣି ପ୍ରଭାବିତ ଲୋକଙ୍କୁ ଅଣଦେଖା କରିବା ସହିତ ମନଇଛା ଲୋକଙ୍କ ଅଧିକାରକୁ ଛଡାଇନେଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳ ଏବେ ଦିନ ରାତି ଘୋ ଘୋ ଗର୍ଜନରେ ଫାଟି ପଡୁଛି , ଧୁଳି ଧୁଆଁରେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି ଗ୍ରାମବାସୀ । ଏପରିକି ନିଜ ଖାଇବା ଥାଳିରେ ପଡୁଛି ଆଇରନ ଧୂଳି ଘର ବାହାର ସବୁଆଡେ ଧୂଳି ଧୁଆଁରେ ଲାଲ ରଙ୍ଗ ହୋଇ ଗଲାଣି। ଅଧିକାଂଶ ଲୋକ ଅଜଣା ରୋଗଗ୍ରସ୍ତ ହୋଇ ଘରେ ପଡିରହିଛନ୍ତି। ମିଳୁନି ସାଧାରଣ ଚିକିତ୍ସା କି କୌଣସି ଔଷଧ , ଖାଇବାକୁ ନାଇିଁ ସୁଷମ ଖାଦ୍ୟ ଭଗବାନଙ୍କ ଭରଷାରେ ଜୀବନ ବିତାଉଛନ୍ତି ଖଣିରୁ ଅତି ନିକଟରେ ଥିବା ଗ୍ରାମ ତଳ କଇଁସାରୀ ଓ ଉପର କଇଁସାରୀର ଲୋକମାନେ। ଖଣି ଅଛି ହେଲେ ଜୀବନ ଜିବିକା ଛଡାଇ ନେଇଛି ସରକାଙ୍କର ଓଏମସି ଖଣି। କ୍ଷ୍ୟତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ କାମଧନ୍ଦା ନଦେଇ ମେସିନ ଦ୍ୱାରା ସବୁ କାମ କରି ପରିବହନ କରୁଛି ହେଲେ ଅଞ୍ଚଳର ଲୋକମାନେ ବେରୋଜଗାର ହୋଇ ଦିନ କାଟୁଛନ୍ତି।

ଖଣିରେ କାମ ମିଳୁ ନ ଥିବାରୁ ପ୍ରତିବାଦ କରୁଛନ୍ତି ସ୍ଥାନୀୟ ବାସିନ୍ଦା

ଦିନ ରାତି ଭଲଭୋ ଗାଡିରେ ଉଜାଡି ଦେଉଛି ଟନ ଟନ ଓଜନର ପଥର ତାହା ପୁଣି ସ୍ଥାନୀୟ ଲୋକମାନଙ୍କର ପଟ୍ଟା ଥିବା ଜମିରେ। ଯାହା ଫଳରେ ଲୋକମାନେ ନିଜ ଜମିରେ ମକା, ସୋରିଷ,ରାଶି,କୁଳୁଥ,ଧାନ ସହ ଅନେକ ଚାଷ କରି ବଞ୍ଚିବା କଷ୍ଟ ହୋଇପଡିଛି। କିଛି ଲୋକେ ନିଜର ଗାଇ ଛେଳି, ମେଣ୍ଢା ପାଳନ କରି ଜୀବନ ବିତାଉଥିବା ବି ବନ୍ଦ କାରଣ ଜେଉଁ ଜାଗାରେ ଗାଇ ଛେଳି ଚରାଉ ଥିଲେ ସେହି ଜାଗାକୁ ଖଣି କର୍ତ୍ତ୍ବପକ୍ଷ ପାଚେରୀ କରି ଜବରଦଖଲ କରିନେଇଛନ୍ତି। ଗ୍ରାମର ସୁନାରାମ ମୁଣ୍ଡା, ମଦନ ମହୋନ ନାଏକ, ମହୁର ବେହେରା, ସୁନ୍ଦୁରି ବେହେରା ଏହି ଭଳି ଅନେକ ଗ୍ରାମବାସୀଙ୍କ ପଟ୍ଟା ଜମିକୁ ଜବରଦଖଲ କରାଯାଇଥିବା ଦେଖିବାକୁ ମିଳିଛି।
ଗ୍ରାମବାସୀ ମାନେ ବହୁ ବାର ବାଂଶପାଳ ତହସିଲରେ ଅଭିଯୋଗ କଲା ପରେ ତିନି ବର୍ଷରୁ ଅଧିକ ହେବ ଜମି ଚିହ୍ନଟ ପାଇଁ ତହସିଲ ଅଫିସରୁ ନୋଟିସ କରାଯାଇଥିଲା ହେଲେ ନୋଟିସ ଆସିବା ପରେ ଲୋକମାନେ ଚିହ୍ନଟ ପାଇଁ ୧୫୦୦ଶହ ଟଙ୍କା ମଧ୍ୟ ଜମା କରିଥିଲେ । ଆଜିକୁ ୪ରୁ ୫ ବର୍ଷ ହେବାକୁ ବସିଲାଣି ହେଲେ ତହସିଲ ତରଫରୁ କୌଣସି ଚିହ୍ନଟ ପକ୍ରିୟା ପଦକ୍ଷେପ ନେଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଜମିକୁ ଜବରଦଖଲ କରିନେଲା ସିନା ଆମକୁ କାମ ନାହିଁ କି ଆମ ଛୁଆ ପିଲାଙ୍କୁ ଆମେ ଗଣ୍ଡେ ଖାଇବାକୁ ଦେଇପାରୁନୁ ଆମ କଥା କେହି ସୁଣୁନାହାଁନ୍ତି ଏମିତି ଅତି ଦୁଖ ଭରା ନିଜ କଥା ବଖାଣିଛନ୍ତି ସ୍ଥାନୀୟ ସୁନାରାମ ମୁଣ୍ଡା। ସେହିଭଳି ଖଣି ଅଞ୍ଚଳରେ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ ତଳ କଇଁସାରୀ, ଇଚିଣ୍ଡା, କୁମୁଣ୍ଡି ଆଦି ଅନେକ ଗ୍ରାମକୁ ଚାରିଚକିଆ ଜିବା ବହୁ କଷ୍ଟ ହୋଇପଡିଛି। ଶୁଆକାଠି ମନ୍ଦିର ଛକରୁ ଦଅଁଳା, ଇଚିଣ୍ଡାରୁ ଅଞ୍ଜର , କେନ୍ଦୁଝରରୁ କାଞ୍ଜିପାଣି ଦେଇଯାଇଥିବା ୪୯ନଂ ଜାତୀୟ ରାଜପଥରେ ପ୍ରତିଦିନ ଶହ ଶହ ଟ୍ରକ ରାସ୍ତାର ଦୁଇ ପାଶ୍ୱରେ ଛିଡା ହୋଇରହୁଛନ୍ତି। ଶୁଆକାଟିରେ ସ୍କୁର କଲେଜ ଥିବା ବେଳେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନେ ସ୍କୁଲ କି କଲେଜ ଯିବା ସମୟରେ ଟ୍ରକ ଚଳାଚଳ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ହେବା ସହ ବିଭିନ୍ନ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଖଣିରେ କାମଧନ୍ଦା ନପାଇ ବେରୋଜଗାର ହୋଇ ଜୀବନ ବିତାଉଥିବା ସ୍ଥାନୀୟ ବାସିନ୍ଦା ମାନେ ପ୍ରତି ଦିନ ନିଜର ହକ ପାଇଁ ଖଣି ଅଞ୍ଚଳରେ ଧାରଣାରେ ବସିବା ସହ ଅନ୍ଦୋଳନ କରୁଛନ୍ତି ।
ହେଲେ ଏମାନଙ୍କର ଦାବିକୁ କେହି ହେଲେ ଶୁଣୁନଥିବା ବେଳେ ପ୍ରଶାସନ ଓ ପୁଲିସ ଚାପରେ ସ୍ଥାନୀୟ ଲୋକମାନଙ୍କୁ ନିଜର ହକ ଠୁ ଦୁରରେ ରଖୁଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରୁଛନ୍ତି । ତେବେ ଖଣି ଅଛି ଦେଶର ଅର୍ଥନୀତିକୁ ଅଗକୁ ନେଉଛି ଏହି ଅଞ୍ଚଳ ହେଲେ ସ୍ଥାନୀୟ ଅଞ୍ଚଳର ସମସ୍ୟା କି ଲୋକମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ନଦେଇ ନିୟମ ଉଲ୍ଲଂଘନ କରି କିପରି ଚାଲିଛି ଶୁଆକାଠିରେ ଓଏମସି ଖଣି। ସରକାରୀ ବାକୁ କି ସ୍ଥାନୀୟ ଲୋକପ୍ରତିନିଧି କିପରି ଏସବୁକୁ ନିଜ ଆଖିରେ ଦେଖି ସବୁ ଜାଣି ଚୁପ ହୋଇ ବସିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାରଙ୍କର ଦ୍ୱାରା ଗଠନ ହୋଇଥିବା ଡିଏମଏଫ ଫଣ୍ଡ ଖଣି କ୍ଷତିଗ୍ରସ୍ତ ଅଞ୍ଚଳର ବିକାଶ ପାଇଁ ନିୟମ କରିଥିଲେ ମଧ୍ୟ ଏହି ଅଞ୍ଚଳ ଖଣି କ୍ଷତିଗ୍ରସ୍ତ ଅଞ୍ଚଳର ହୋଇଥିଲେ ମଧ୍ୟ ମୌଳିକ ସୁବିଧା ପାଇଁ ତାହା ଉପଯୋଗ ହେଉନଥିବା ଦେଖିବାକୁ ମିଳିଛି।
ଲୋକଙ୍କ ପଟ୍ଟା ଜମିକୁ ଜବର ଦଖଲ ନେଇ ଓଏମସି ଅାଞ୍ଚଳିକ ପରିଚାଳକ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ମୁଁ ଆଗରୁ ଅବଗତ ନଥିଲି,ଆପଣଙ୍କ ଜିରିଆରେ ଏବେ ଜାଣିଲି । ସେହି ଲୋକଙ୍କୁ ଆମ ପାଖକୁ ପଠାନ୍ତୁ ଆମେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଥିଲେ ।

ରିପୋର୍ଟ: ବାଂଶପାଳ ପ୍ରତିନିଧି
ରଶ୍ମିକାନ୍ତ ବେହେରା

Comments are closed.