ଓମାନ ସୁଲତାନଙ୍କ ପରଲୋକ : ତିନି ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା

ମୁସ୍କାଟ : ଓମାନର ସୁଲତାନ କାବୁସ ବିନ ସଇଦଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓମାନ ଗଣମାଧ୍ୟମର ସୂଚନା ଅନୁସାରେ ଶୁକ୍ରବାର ମଧ୍ୟ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଯାଇଛି। ଏନେଇ ଓମାନରେ ତିନି ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସୁଲତାନଙ୍କ ମୃତ୍ୟୁର କାରଣକୁ ନେଇ ଏପର୍ଯ୍ୟନ୍ତ କୌଣସି ଠିକ ସୂଚନା ମିଳିପାରି ନାହିଁ। ମାତ୍ର ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲାବେଳେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଥିବା ସୁଲତାନ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଓମାନର ସୁଲତାନ କାବୁସ ୧୯୭୦ ମସିହା ଜୁଲାଇ ୨୩ରେ ଏହି ପଦରେ ରହିଥିଲେ। ଏହି ଦିନ ଠାରୁ ସେ ଲଗାତାର ଭାବେ ସୁଲତାନ ପଦରେ ରହିଥିଲେ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ କାବୁସ ବିନ ସଇଦଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କରିଛନ୍ତି।

Comments are closed.