ଆଇଏନଏଲ୍‍ଡିରୁ ଦୁଇ ନାତିଙ୍କୁ ବିଦା କଲେ ଚୌତାଲା

0

ଚଣ୍ଡିଗଡ : ପାରିବାରିକ ବିବାଦକୁ ନେଇ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି) ମୁଖ୍ୟ ଓମ୍‍ ପ୍ରକାଶ ଚୌତାଲା ତାଙ୍କର ଦୁଇ ନାତିଙ୍କୁ ଦଳରୁ ବିଦା କରିଛନ୍ତି। ଦଳର ବହିଷ୍କୃତ ହୋଇଥିବା ଦୁଇ ନେତା ହେଲେ ହିସାର ସାଂସଦ ଦୁଷ୍ୟନ୍ତ ଚୌତାଲା ଓ ଯୁବ ନେତା ଦିଗବିଜୟ ଚୌତାଲା। ଉଭୟ ଦୁଷ୍ୟନ୍ତ ଓ ଦିଗବିଜୟ ହେଉଛନ୍ତି ଯେ ଓମ୍‍ ପ୍ରକାଶଙ୍କ ବଡ ପୁଅ ଅଜୟ ଚୌତାଲାଙ୍କ ପୁଅ। କିଛି ଦିନ ପୂର୍ବରୁ ଉଭୟଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ଉଭୟଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଉଭୟଙ୍କ ବିରୋଧରେ ଦଳୀୟ ବିଶୃଙ୍ଖଳା, ଗୁଣ୍ଡାଗର୍ଦି କାର୍ଯ୍ୟ କରିବା ଅଭିଯୋଗ ହୋଇଥିଲା। ଓମ୍‍ ପ୍ରକାଶ କହିଛନ୍ତି ଯେ ପରିବାର ସଦସ୍ୟ ହେଲେ ମଧ୍ୟ ଦଳୀୟ ଶୃଙ୍ଖଳାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି। ଓମ୍‍ ପ୍ରକାଶ କହିଛନ୍ତି ଯେ ତାଙ୍କ ପିତା ଦେବୀ ଲାଲ ଏହି ଆଦର୍ଶକୁ ଆପଣାଇଥିଲେ।

Leave A Reply