ଅଲମ୍ପିକରେ ୧୪ଟି ବିଭାଗରେ ଭାଗ ନେବେ ୫୬ ପୁରୁଷ ଓ ୪୪ ମହିଳା ପ୍ରତିଯୋଗୀ

ଜାପାନର ରାଜଧାନୀ ଟୋକିଓ ନଗରୀରେ ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଅଲମ୍ପିକ୍‍ କ୍ରୀଡ଼ା ପାଇଁ ଭାରତର ୧୦୦ ଜଣ
ପ୍ରତିଯୋଗୀ ମନ ଲଗାଇ ଅଭ୍ୟାସ କରୁଛନ୍ତି। ଏମାନଙ୍କ ମଧ୍ୟରେ ୫୬ ଜଣ ପୁରୁଷ ଓ ୪୪ ଜଣ ମହିଳା ପ୍ରତିଯୋଗୀ ୧୪ଟି ବିଭାଗ ସକାଶେ ଯୋଗ୍ୟ ବିବେଚିତ ହୋଇଛନ୍ତି। ହକି ପରେ ସବୁଠାରୁ ଅଧିକ ୧୫ଜଣ ଖେଳାଳି ବନ୍ଧୁକ ଚାଳନା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ବେଳେ ୧୪ଜଣ ଆଥ୍‍ଲେଟିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆଥ୍‍ଲେଟିକ୍ସରେ ନିରଜ ଚୋପ୍‍ଡା ଓ ଶିବପାଲ ସିଂ, ମୀରାବାଈ ଚାନୁ ଭାରୋତ୍ତୋଳନ ବିଭାଗରେ ପ୍ରତିଯୋଗିତା କରିବେ।ଦିନେଶ ଫୋଗଡ୍‍, ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ମଲ୍ଲଯୁଦ୍ଧରେ ପ୍ରତିଯୋଗିତା କରିବେ। ଅମିତ ଫଙ୍ଗଲ, ବିକାଶ ଯାଦବ, ମନୀଷ କୌଶିକ, ପୂଜାରାଣୀ ଏବଂ ଏମ୍‍.ସି. ମ୍ୟାରିକମ୍‍ ମୁଷ୍ଠିଯୁଦ୍ଧରେ ପ୍ରତିଯୋଗିତା କରିବେ। ଏହି ବିଭାଗ ଗୁଡ଼ିକରେ ଭାରତ ଅଧିକ ପଦକ ହାସଲ କରିବ ବୋଲି ଆଶା ରଖିଛି। ବନ୍ଧୁକ ଚାଳନା, ମଲ୍ଲଯୁଦ୍ଧ ଓ ମୁଷ୍ଟିଯୁଦ୍ଧ, ହକି ଓ ବ୍ୟାଡମିଣ୍ଟନରେ ମଧ୍ୟ ଭାରତ ୧ରୁ ଅଧିକ ପଦକ ପାଇବାର ଆଶା ରଖିଛି।

Comments are closed.