ଅଲିମ୍ପିକ୍‌ସ – ପ୍ରତ୍ୟହ ୧୦ ହଜାର ଦର୍ଶକଙ୍କୁ ଅନୁମତି

ଟୋକିଓ: ଜୁଲାଇ ୨୩ରୁ ଆରମ୍ଭ ହେଉଛି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ। ସୋମବାର ଅଲିମ୍ପିକ୍‌ସର ଆୟୋଜକ କମିଟି ଘୋଷଣା କରିଛି ଯେ ପ୍ରତ୍ୟହ ସର୍ବାଧିକ ୧୦ ହଜାର ଦର୍ଶକ ବିଭିନ୍ନ ଇଭେଣ୍ଟ ଦେଖିପାରିବେ। ଏହାସହ କମିଟି ଘୋଷଣା କରିଛି ଯେ ଅଲିମ୍ପିକ୍‌ସ ସମୟରେ ଯଦି କରୋନା ସଂକ୍ରମଣ ବୃଦ୍ଧିହୁଏ; ତେବେ କୌଣସି ଇଭେଣ୍ଟକୁ ବନ୍ଦ କରାଯିବ ନାହିଁ। ତେବେ ଦର୍ଶକଙ୍କୁ ଛଡ଼ାଯିବ ନାହିଁ। ଟୋକିଓ ଅଲିମ୍ପିକ୍‌ସ ଆୟୋଜକ କମିଟିର ଏହି ଘୋଷଣା ଅଲିମ୍ପିକ୍‌ସରେ ଦର୍ଶକଙ୍କୁ ଛଡ଼ାଯିବ କି ନାହିଁ; ଗତ କିଛିମାସ ଧରି ଚାଲିଥିବା ଏହି କଳ୍ପନା ଜଳ୍ପନାର ଅନ୍ତଃ ଘଟାଇଛି। ଏଠାରେ ସୂଚନାଯୋଗ୍ୟ; ଗତ ମାର୍ଚ୍ଚରେ ଅଲିମ୍ପିକ୍‌ସ ଆୟୋଜକ କମିଟି ପକ୍ଷରୁ ଘୋଷଣା କରା ଯାଇଥିଲା ଯେ କୌଣସି ବିଦେଶୀ ଦର୍ଶକଙ୍କୁ କ୍ରୀଡ଼ାଙ୍ଗନରେ ପ୍ରବେଶର ଅନୁମତି ମିଳିବ ନାହିଁ।

ଜୁନ୍‌ ୨୦ରେ ଟୋକିଓରୁ ଜରୁରୀକାଳୀନ ବ୍ୟବସ୍ଥା ଉଠିବା ପରେ ଆୟୋଜକଙ୍କ ପକ୍ଷରୁ ଜାପାନ ସରକାରଙ୍କ ସହ ଦର୍ଶକ ପ୍ରବେଶ ସମ୍ପର୍କରେ ଆଲୋଚନା କରା ଯାଇଥିଲା। ସୋମବାର ଅଲିମ୍ପିକ୍‌ସ ଆୟୋଜନ କମିଟି ପକ୍ଷରୁ ଘୋଷଣା କରାଯାଇଛି, ଜନତା ଏକାଠି ହେଉଥିବା କାର୍ଯ୍ୟକ୍ରମ ଉପ​‌େ​‌ର ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ପ୍ରତି କ୍ରୀଡ଼ାଙ୍ଗନରେ ଆସନର ସର୍ବାଧିକ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶର ଅନୁମତି ମିଳିବ। କୌଣସି କ୍ରୀଡ଼ାଙ୍ଗନରେ ୧୦ ହଜାରରୁ ଅଧିକ ଦର୍ଶକ ରହିପାରିବେ ନାହିଁ। ଟୋକିଓ ପାରାଲିମ୍ପିକ୍ସରେ ଦର୍ଶକ ରହିବେ କି ନାହିଁ; ତା’ର ନିଷ୍ପତ୍ତି ଜୁଲାଇ ୧୬ରେ ନିଆଯିବ।

ଟୋକିଓ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ୧୦୦୦୦ ଦର୍ଶକଙ୍କୁ ଅନୁମତି ଦେବା ନିଷ୍ପତ୍ତି ସାମୟିକ। କୋଭିଡ୍‌-୧୯ ସଂକ୍ରମଣରେ ବୃଦ୍ଧିଘଟିଲେ ଏହି ଅନୁମତି ପ୍ରତ୍ୟାହାର କରାଯିବ। କ୍ରୀଡ଼ାଙ୍ଗନରେ ଦର୍ଶକ ପ୍ରବେଶର ଅନୁମତି ପ୍ରସଙ୍ଗରେ ଗତ ୫ ଦିନ ହେଲା ଟୋକିଓ ଅଲିମ୍ପିକ୍‌ସ ଆୟୋଜକ, ଜାପାନ ସରକାର, ଟୋକିଓ ପ୍ରଶାସନ, ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ଓ ଆନ୍ତର୍ଜାତିକ ପାରାଲିମ୍ପିକ୍‌ କମିଟି ମଧ୍ୟରେ ବୈଠକ ଚାଲିଥିଲା। ସୋମବାରର ନିଷ୍ପତ୍ତି ପରେ ଆୟୋଜକ ଅଲିମ୍ପିକ୍‌ସ ଟିକଟ ବିକ୍ରି ବନ୍ଦ କରି ଦେଇଛନ୍ତି। ଯେଉ କ୍ରୀଡ଼ାଙ୍ଗନରେ ୧୦ ହଜାରରୁ ଅଧିକ ଟିକଟ ବିକ୍ରିହୋଇଛି; ସେଠାରେ ଲଟେରୀ ମାଧ୍ୟମରେ ୧୦୦୦୦ ଟିକଟକୁ ରଖି ବାକିକୁ ବ୍ୟାଜ୍ୟାପ୍ତ କରାଯିବ। ଅବଶ୍ୟ ଟିକଟଧାରୀଙ୍କୁ ସେମାନଙ୍କ ଟିକଟର ସମ୍ପୂର୍ଣ୍ଣ ମୂଲ୍ୟ ପ୍ରଦାନ କରାଯିବ। ଏହାସତ୍ତ୍ବେ ଏବେ ବି ଜାପାନର ସ୍ବାସ୍ଥ୍ୟ ବିଶେଷଜ୍ଞ କ୍ରୀଡ଼ାଙ୍ଗନ​‌େ​‌ର ଦର୍ଶକଙ୍କ ପ୍ରବେଶର ଅନୁମତି ନ ଦେବାକୁ ପରାମର୍ଶ ଦେଇଛନ୍ତି। ଚଳିତ ତାଲାବନ୍ଦରେ ଜାପାନରେ ୧୪ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଦେଶରେ ଟିକାକରଣ ପକ୍ରିୟା ଧିମାଗତିରେ ଚାଲିଛି।

Comments are closed.