କରୋନା ଭୟ : ଟୋକିଓ ଅଲିମ୍ପିକ୍‍ ନେଇ କୌଣସି ନିଷ୍ପତ୍ତି ନିଆଯାଇନି

ଟୋକିଓ : କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଜାପାନ ୨୦୨୦ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‍ କ୍ରୀଡାକୁ ବାତିଲ କରିବା କିମ୍ବା ଏହାର ସମୟ ପରିବର୍ତ୍ତନ କରିବା ନେଇ କୌଣସି ନିଷ୍ପତ୍ତି ନେଇନଥିବା କହିଛି। ଟୋକିଓଠାରେ ଆନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ସହ ଏକ ବୈଠକରେ ଟୋକିଓ ଅଲିମ୍ପିକ୍‍ ଏବଂ ପାରା ଅଲିମ୍ପିକ୍‍ ଆୟୋଜନକାରୀ କମିଟିର ମୁଖ୍ୟ ଓସିରୋ ମୋରି କହିଛନ୍ତି ଗ୍ରୀଷ୍ମକାଳୀନ ଅଲିମ୍ପିକ୍‍ସକୁ ବାତିଲ କରିବା କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଚଳିତବର୍ଷ ଜୁଲାଇ ୨୪ ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଟୋକିଓରେ ୨୦୨୦ ସମର ଅଲିମ୍ପିକ୍‍ସ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

Comments are closed.