ଅଲିମ୍ପିକ୍‍ସ ସପକ୍ଷରେ ନାହାନ୍ତି ୮୦ ପ୍ରତିଶତ ଜାପାନବାସୀ

ଟୋକିଓ: ଟୋକିଓ ଅଲିମ୍ପିକ୍‍ସକୁ ନେଇ ଏବେ ମଧ୍ୟ ଆଶା ଓ ଆଶଙ୍କା ଲାଗିରହିଛି। ଏହି କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଆଉ ମାତ୍ର ୧୦ ସପ୍ତାହ ବାକି ରହିଥିବା ବେଳେ କରୋନା ମହାମାରୀର ଭୟ ଦୂର ହୋଇନାହିଁ। କରୋନା ମହାମାରୀର ୪ର୍ଥ ଲହର ଜାପାନରେ ଆତଙ୍କ ଖେଳାଇଛି। ଏଭଳି ସ୍ଥିତିରେ ଟୋକିଓ ରାଜ୍ୟରେ ଜରୁରୀକାଳୀନ ଲାଗୁ କରାଯାଇଛି। ଦେଶରେ କରୋନା ମହାମାରୀକୁ ନେଇ ୮୦ ପ୍ରତିଶତ ଜାପାନୀବାସୀ ଚଳିତବର୍ଷ ଅଲିମ୍ପିକ୍‍ସ ଆୟୋଜନ ସପକ୍ଷରେ ନାହାନ୍ତି। ସ୍ୱାସ୍ଥ୍ୟ ଓ ଚିକିତ୍ସା ସମସ୍ୟା ଲାଗି ଜାପାନବାସୀ ଚଳିତବର୍ଷ ଅଲିମ୍ପିକ୍‍ସ ଆୟୋଜନ ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଟୋକିଓ ଅଲିମ୍ପିକ୍‍ସ ଆୟୋଜନକୁ ନେଇ ଏକ ସପ୍ତାହ ଧରି ଜାପାନର ଏକ ପତ୍ରିକା ପକ୍ଷରୁ ସର୍ଭେ କରାଯାଇଥିଲା। ଏଥିରେ ୪୦ ପ୍ରତିଶତ ବ୍ୟକ୍ତି ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିବାବେଳେ ୪୦ ପ୍ରତିଶତ ଅଲିମ୍ପିକ୍‍ସ କ୍ରୀଡ଼ାକୁ ବାତିଲ କରିବାକୁ ମତ ରଖିଛନ୍ତି। ୧୪ ପ୍ରତିଶତ ବ୍ୟକ୍ତି ଅଲିମ୍ପିକ୍‍ସ ଆୟୋଜନ ସପକ୍ଷରେ ଅଛନ୍ତି। କାଇଡୋ ନ୍ୟୁଜ ପକ୍ଷରୁ କରା ଯାଇଥିବା ସର୍ଭେରେ ୫୯ .୭ ପ୍ରତିଶତ ବ୍ୟକ୍ତି ଟୋକିଓ ଅଲିମ୍ପିକ୍‍ସକୁ ବାତିଲ କରିବାକୁ ଦାବି କରିଥିବା ବେଳେ ଅବଶିଷ୍ଟ ଏହାକୁ ପୁଣିଥରେ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି।

Comments are closed.