ନିର୍ଦ୍ଦେଶକଙ୍କ ବିରୋଧରେ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ

0

ଭୁବନେଶ୍ୱର : ବଙ୍ଗୀୟ ଅଭିନେତ୍ରୀ ଏଲ୍‍ସା ଘୋଷ ନିଜର ଆଗାମୀ ଚଳଚ୍ଚିତ୍ର ‘ତୁ ମୋ ସୁନା ଚଢେଇ’ର ସଙ୍ଗୀତ ମୁକ୍ତିଲାଭ କାର୍ଯ୍ୟକ୍ରମରେ ତୁମ୍ଭିତୋଫାନ କରିଥିଲେ। ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଏହା ଘଟିଥିବା ଜଣାପଡିଛି। କୌଣସି ଏକ କାରଣରୁ କାର୍ଯ୍ୟକ୍ରମରେ ହଠାତ୍‍ ଅଭିନେତ୍ରୀ ଏଲ୍‍ସା ନିର୍ଦ୍ଦେଶକଙ୍କ ଉପରେ ବର୍ଷିଥିଲେ। ଏହି ସମୟରେ ନିର୍ଦ୍ଦେଶକ ଏଲ୍‍ସାଙ୍କ ନିକଟରୁ ମାଇକ୍ରୋଫୋନ ଛଡାଇ ନେଇଥିବା ଦେଖିବାକୁ ମିଳିଛି। ଘଟଣାରେ ଏଲ୍‍ସାଙ୍କ ବାପା ମଧ୍ୟ ଦୀଲିପଙ୍କୁ ଗାଳି କରୁଥିବା ଦେଖାଯାଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଦୀଲିପ ପଣ୍ଡା ମାନସିକ ନିର୍ଯ୍ୟାତନା ଦେବା ସହ ଖରାପ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଦିଲିପଙ୍କ ମତ ମିଳିପାରିନାହିଁ।
ଏଲସାଙ୍କ କହିବା ଅନୁସାରେ ନିର୍ଦ୍ଦେଶକ ପ୍ରଥମେ ମତେ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ ପାଇ କହିଥିଲେ। କିନ୍ତୁ ପରେ ସେ ଅନ୍ୟ ଏକ ହିରୋଇନଙ୍କୁ ମୁଖ୍ୟ ଭୂମିକାରେ ନେଇଥିଲେ। ଏହାସହ ସୁଟିଂ ସମୟରେ ନିର୍ଦ୍ଦେଶକ ମୋ ସହ ଖରାପ ବ୍ୟବହାର କରୁଥିବା ସେ କହିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଜ୍ୟୋତି ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply