ବୃଦ୍ଧଙ୍କୁ ହତ୍ୟା ପରେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ

ଗଜପତି: ଗୁଣି ଗାରେଡ଼ି ସନ୍ଦେହରେ ଗଜପତି ଜିଲାର ମୋହନା ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ଜଣେ ବୃଦ୍ଧଙ୍କୁ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ କାଟି ନେଇଛନ୍ତି। ବୁଧବାର ଭାଲିଆ ସାହି ଗାଁ ପାଖ ଜଙ୍ଗଲରୁ ସମ୍ପୃକ୍ତ ବୃଦ୍ଧଙ୍କ ମୁଣ୍ଡବିହୀନ ମୃତଦେହକୁ ପୁଲିସ ଜବତ କରିଛି। ଏକ କଟୁରିରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବୃଦ୍ଧଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.