ଏଠି ସବୁ ପରିବାରରେ ସୈନିକ

0

ମୁମ୍ବଇ: ମହାରାଷ୍ଟ୍ରରେ ଏମିତି ଏକ ଗାଁ ରହିଛି ଯେଉଁଠି ସବୁ ପରିବାରର କେହି ନା କେହି ସୈନ୍ୟବାହିନୀରେ ଚାକିରି କରିଛନ୍ତି। ମହାରାଷ୍ଟ୍ରର ରାଇଗଡ ଜିଲାର ଫୌଜି ଆମ୍ବାଭାଡେରେ ରହିଛି ଏହି ଗାଁ। ଏଠାରେ ୩୦୦ ପରିବାରର ୧୫୦୦ ସଦସ୍ୟ ରହୁଛନ୍ତି। ଷୋଡ଼ଶ ଶତାବ୍ଦୀରୁ ଚାଲି ଆସିଛି ଏହି ପରମ୍ପରା। ଉକ୍ତ ପରିବାରଗୁଡ଼ିକ ମଧ୍ୟରୁ କେହି ନା କେହି ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ଆରମ୍ଭ କରି ବ୍ରିଟିଶ୍‍ ବାହିନୀ ଓ ଏବେ ଭାରତୀୟ ସେନାରେ କାର୍ଯ୍ୟ କରିଛନ୍ତି। ଭାରତ ସ୍ୱାଧୀନ ହେବା ପରେ ହୋଇଥିବା ଯୁଦ୍ଧରେ ଏହି ଗାଁର ୫୬୫ ଜଣ ସଦସ୍ୟ ଭାଗ ନେଇଛନ୍ତି। ୨୦୦୦ ମସିହା ସୁଦ୍ଧା ଏହି ଗାଁରେ ୨୭ଜଣ ଜୁନିୟର କମିଶନ୍‍ଡ ଅଫିସର, ୯ ଜଣ ଅନରାରୀ କ୍ୟାପଟେନ୍‍ ଓ ଉଲ୍ଲେଖନୀୟ ସେବା ପାଇଁ ପଦକପ୍ରାପ୍ତ ସଦସ୍ୟ ରହିଛନ୍ତି।

Leave A Reply