ବିଶ୍ୱର ସବୁଠାରୁ ବୟସ୍କା ମହିଳା ପାଳନ କଲେ ତାଙ୍କର ଏତିକିତମ ଜନ୍ମ ଦିନ

ଟୋକିଓ – ବିଶ୍ୱର ସବୁଠାରୁ ବୟସ୍କା ମହିଳା ରହୁଛନ୍ତି ଜାପାନ୍‌ରେ । ଜାପାନରେ ଫୁକୁଓକାରେ ସେ ବସବାସ କରୁଛନ୍ତି । ଏବେ ସେ କଥା କହି ପାରୁ ନଥିଲେ ବି ଠାରରେ ସବୁକିଛି ଜଣାଇ ପାରୁଛନ୍ତି । ଏହି ବୟସ୍କା ସହିଳା ଜାନୁଆରୀ ୨ ତାରିଖ ୧୯୦୩ ମସିହାରେ ଜନ୍ମ ହୋଇଥିଲେ । ଦୁଇଟି ବିଶ୍ୱ ଯୁଦ୍ଧ ଅନେକ ମହାମାରୀ ଦେଖିଥିବା ଏହି ମହିଳା ଏବେ ବି ଜୀବିତ ରହିଛନ୍ତି । ସେ ତାଙ୍କର ୧୯୯ ତମ ଜନ୍ମ ଦିନ ପାଳନ କରିଛନ୍ତି । ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡରେ ତାଙ୍କ ନାମ ରହିଛି । ୨୦୧୯ ମସିହାରେ ତାଙ୍କର ନାମ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ଏହି ମହିଳାଙ୍କ ନାମ କେନେ ଟାନାକା ।

ଏବେ ଫୁକୁଓକାର ଏକ ନର୍ସିଂ ହୋମରେ ତାଙ୍କର ଦେଖାଶୁଣା କରାଯାଉଛି । ମହିଳା ଜଣଙ୍କ ବୟସ ହୋଇଯାଇଥିଲେ ମଧ୍ୟ ପଜଲ୍‌ ବା ଗୋଲକ ଧନ୍ଦା ଖେଳିବାରେ ସେ ବେଶ୍‌ ଓସ୍ତାଦ । ଏବେ ଅଧିକାଂଶ ସମୟ ସେ ଏଥିରେ ବିତାଉଛନ୍ତି । କଥା କହି ପାରୁ ନଥିଲେ ବି ଠାରରେ ନର୍ସିଂ ହୋମ କର୍ମଚାରୀଙ୍କୁ ସବୁ କଥା ଜଣାଉଛନ୍ତି ।

୧୯୨୨ ମସିହାରେ ତାଙ୍କର ବିବାହ ହୋଇଥିଲା । ୫ଟି ସନ୍ତାନଙ୍କର ଜନନୀ ସେ ଥିଲେ । ତାଙ୍କ ସ୍ୱାମୀ ଏବେ ବଡ ପୁଅ ସୈନିକ ଥିଲେ . ସେମାନେ ଦ୍ୱିତୀୟ ଚୀନ୍‌- ଜାପାନ ଯୁଦ୍ଧରେ ସାମିଲ ହୋଇଥିଲେ । ଏବେ ତାଙ୍କର ୫ ଜଣ ନାତି ନାତୁଣୀ ଏବଂ ୮ ଜଣ ଅଣନାତି ନାତୁଣୀ ଅଛନ୍ତି । ଏବେ ବି ସେ ଗଣିତ ଏବଂ କାଲିଗ୍ରାଫି ପଢିବାରେ ବେଶ୍‌ ଆଗ୍ରହ ଦେଖାଉଛନ୍ତି । ଘରର ଲୋକଙ୍କ ସହ ନର୍ସିଂ ହୋମ୍‌ର କର୍ମଚାରୀଙ୍କ ସହ ବିଭିନ୍ନ ପଜଲ୍‌ ଖେଳୁଛନ୍ତି ।

୯୦ ବର୍ଷରେ ମହିଳାଙ୍କ ଆଖିରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ୧୦୦ ବର୍ଷ ପରେ ସେ ସୁସ୍ଥ କିପରି ରହିବେ ସେଥିର କଳା ଶିଖିଥିଲେ । ୧୦୩ ମସିହାରେ ତାଙ୍କର କର୍କଟ ଯୋଗୁଁ ଏକ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କର ନାତି ନାତୁଣୀଙ୍କୁ ଏବେ ୬୦ ବର୍ଷରୁ ଅଧିକ ହେଲାଣି । ଜାପାନରେ ଜୀବନ ବା ହାରାହାରି ବୟସ ଅନ୍ୟମାନଙ୍କ ଅପେକ୍ଷା ଅଧିକ । ବିଶ୍ୱର ସବୁଠାରୁ ବୟସ୍କ ପୁରୁଷ ମଧ୍ୟ ଜାପାନରେ ଥିଲେ . ତାଙ୍କୁ ୧୧୩ ବର୍ଷ ହୋଇଥିଲା । ଗତ ବର୍ଷ ଜାନୁଆରୀରେ ତାଙ୍କର ମୃତ୍ୟୁ ହୋଇଥିଲା ।

Comments are closed.