ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୟୋଜ୍ୟେଷ୍ଠ ନନ୍‍ଙ୍କ ପରଲୋକ

0

ପୋଲାଣ୍ଡ: ବିଶ୍ୱର ସବୁଠାରୁ ବୟସ୍କା ନନ୍‍ ସିଷ୍ଟର ସେସିଲିଆ ମାରିଆ ରୋସ୍‍ଜାକ୍‍ଙ୍କ ୧୧୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ସେ ନାଜିମାନଙ୍କ କବଳରୁ ଈହୁଦୀମାନଙ୍କୁ ବଞ୍ଚାଇଥିଲେ। ୧୦୦ ବର୍ଷ ବୟସରେ ପଦାର୍ପଣ କରିବା ପରେ ସେ କହିଥିଲେ ଯେ ‘ଜୀବନ ସୁନ୍ଦର କିନ୍ତୁ ଅତି ଛୋଟ’।
୧୯୦୮ ମସିହାରେ ଜନ୍ମିତ ମାରିଆ ୧୯୩୪ରେ ନନ୍‍ ପଦ ଲାଭ କରିଥିଲେ। ୧୯୩୮ରେ ପୋଲାଣ୍ଡର ଭିଲନିୟୁସ୍‍ ସହରରେ ସେ ଅନ୍ୟ ନନ୍‍ଙ୍କ ସହଯୋଗରେ ନାଜି ମାନଙ୍କ ପାଖରେ ବନ୍ଦୀ ଥିବା କେତେକ ଈହୁଦୀଙ୍କୁ ଉଦ୍ଧାର କରି ନେଇ ଆସିଥିଲେ। ଏଥିପାଇଁ ୨୦୦୯ରେ ଇସ୍ରାଏଲ୍‍ ସରକାର ତାଙ୍କୁ ‘ରାଇଟିୟସ୍‍ ଏମଙ୍ଗ ଦ ନେସନ’୍‍ ସମ୍ମାନରେ ସମ୍ମାନିତ କରିଥିଲେ।

Leave A Reply