କରୋନା ଟିକା ନେବା ପରେ ବୟସ୍କ ନାଗରିକଙ୍କ ପରଲୋକ

ପାଟଣା: କରୋନା ଟିକା ନେବା ପରେ ଜ୍ଵରରେ ଅସୁସ୍ଥ ହୋଇ ଜଣେ ୭୫ ବର୍ଷୀୟ ବ୍ୟକ୍ତିଙ୍କ ପରଲୋକ ଘଟିଛି। ସୁନାବେଡ଼ା ହିନ୍ଦୁସ୍ଥାନ ଏରୋନେଟିକସ୍ ଲିମିଟେଡରେ ଚାକିରି କରି ଅବସର ଗ୍ରହଣ କରିଥିବା ଘଟଗାଁ ବ୍ଲକ ନୂଆଗାଁ ବାସିନ୍ଦା ଶରତ ଚନ୍ଦ୍ର ସାହୁ (୭୫) ଏବେ ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ନିକଟରେ ଘର କରି ସପରିବାର ରହୁଥିବା ବେଳେ ସେ ଜଣେ ସୁସ୍ଥ ସବଳ ବ୍ୟକ୍ତି ଥିଲେ। ତେବେ ଗତ ୮ ତାରିଖ ସେ ଢେଙ୍କିକୋଟ ରେ ବୟସ୍କ ନାଗରିକ ଭାବେ ପ୍ରଥମ ମାତ୍ରା କୋଭିସିଲ୍ଡ କରୋନା ଟିକା ନେବା ପରେ ଜ୍ବରରେ ଅସୁସ୍ଥ ହୋଇପଡ଼ିଥିଲେ। ଘରେ ଚିକିତ୍ସାଧୀନ ଥିବା ବେଳେ ବୁଧବାର ଅପରାହ୍ନ ସାଢେ଼ ୩ଟା ସମୟରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ମର ଶରୀର ଅନ୍ତିମ ସଂସ୍କାର ପାଇଁ ସନ୍ଧ୍ୟାରେ ତାଙ୍କ ମୂଳ ଗ୍ରାମ ନୂଆଗାଁକୁ ନିଆଯାଇଛି।

Comments are closed.