ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ଓଡ଼ଗାଁ: ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା କୁରାଳ ଫାଣ୍ଡି ଅଧିନ କୁରାଳ ଗଡ଼ସାହିର ଜଣେ ଅସହାୟ ବୃଦ୍ଧାଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, କୁରାଳ ଗଡ଼ସାହିରେ ଶଶୀ ମହାଙ୍କୁଡ଼(୭୦) ସ୍ନାନ ଶୈାଚ ପାଇଁ ନିକଟ ଚଣ୍ଡି ପୋଖରୀକୁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ବାର୍ଦ୍ଧକ୍ୟତା ଓ ଅସାବଧାନତା କାରଣରୁ ଗୋଡ଼ଖସି ପୋଖରୀରେ ବୁଡ଼ିଯାଇଥିଲେ। ପୋଖରୀର ଆୟତନ କାରଣରୁ କାହା ନଜର ରହି ନ ଥିବା ବେଳେ ମୃତଦେହ ଭାସିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ସେ ଏକାକି ଅସହାୟ ଅବସ୍ଥାରେ ରହୁଥିବାରୁ ଗ୍ରାମବାସୀଙ୍କ ସହାୟତାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣାଯାଇଛି।