ବୟସ୍କ ବ୍ୟକ୍ତିଙ୍କ ପରଲୋକ

0

ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଫ୍ରାନ୍‌ସିସ୍କୋ ନୁରେଜ୍‍ ଓଲିଭେରା ୧୧୪ ବର୍ଷରେ ମୃତ୍ୟୁବରଣ କରିଛନ୍ତି। ମରିବାର କିଛି ଦିନ ପୂର୍ବରୁ ସେ ତାଙ୍କର ୧୧୩ତମ ଜନ୍ମଦିନ ପାଳନ କରିଥିଲେ। ସ୍ପେନ୍‍ସ୍ଥିତ ତାଙ୍କ ବାସଗୃହରେ ମୃତ୍ୟୁବରଣ କରିବାର କେଇ ମିନିଟ୍‍ ପରେ ତାଙ୍କର ଶେଷଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଥିଲା। ଜାନୁଆରୀ ୨୯, ୨୦୧୮ ରାତି ସାଢେ ଦଶଟାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସେ। ତାଙ୍କର ଜନ୍ମ ୧୩ ଡିସେମ୍ବର ୧୯୦୪ ମସିହାରେ ହୋଇଥିଲା। ସ୍ପେନ୍‍ର ଏକ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ୧୦୭ ବର୍ଷ ପର୍ଯ୍ୟନ୍ତ ଓଲିଭେରା ସୁସ୍ଥ ଥିବା ସହିତ ଗ୍ରାମର ମୁଖିଆ ଭାବେ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଥିଲେ। ପରେ ବୟସାଧିକ୍ୟ ରୋଗ କାରଣରୁ ସେ ମୃତ୍ୟୁବରଣ କରିଥିଲେ।

Leave A Reply