ଜିଲାପ୍ରଶାସନ ପକ୍ଷରୁ ନିରାଶ୍ରୟ ବୃଦ୍ଧ ଉଦ୍ଧାର

ନବରଙ୍ଗପୁର: ଗତ ୪ଦିନ ଧରି ଶୀତ କାକରରେ ପଡି ରହିଥିବା ଜଣେ ନିରାଶ୍ରୟ ବୃଦ୍ଧଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ସେ ରଙ୍ଗମାଟିଗୁଡା ଛକ ନିକଟରେ ରହୁଥିଲେ। ଜିଲାପାଳ ଡଃ. ଅଜିତ୍‍ କୁମାର ମିଶ୍ରଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲା ସମାଜମଙ୍ଗଳ ଅଧିକାରୀ ସଂପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ଅକାଶ ବୃଦ୍ଧାଶ୍ରମରେ ରଖିଛନ୍ତି। ବୃଦ୍ଧଙ୍କର ନାମ ସିତାଲୁ ହରିଜନ ବୋଲି ଜଣାପଡିଥିବା ବେଳେ ସେ ମାନସିକ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି। ତାଙ୍କର ସବିଶେଷ ତଥ୍ୟ ମିଳିପାରିନି। ତେବେ ତାଙ୍କର ଅଧିକ ଚିକିତ୍ସା କରାଯିବ ବୋଲି ଜଣାପଡିଛି। ଜିଲା ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

Comments are closed.