ଅଜଣା ବାଇକ ଧକ୍କାରେ ବୃଦ୍ଧ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ପାତ୍ରୀ ନିକଟରେ ଗୁରୁବାର ଏକ ଅଜଣା ଗାଡ଼ିର ଧକ୍କାରେ ସାଧୁ ମାଝୀ ନାମକ ବ୍ୟକ୍ତି ଆହତ ହୋଇଛନ୍ତି।ସେ ରାସ୍ତା କଡ଼ରେ ପଡିଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ପାପଡାହାଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲିଙ୍ଗରାଜ ଭତରା ଆହତଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ପହଞ୍ଚାଇଥିଲେ। ମଇଦଲପୁର ପଂଚାୟତ ତୁରୁଞ୍ଜିଆଗୁଡାର ସାଧୁ ମାଝୀ ଏକ ବିବାହ କାର୍ୟ୍ୟରେ ଯୋଗ ଦେବା ଲାଗି ସାଇକେଲରେ ପାତ୍ରୀ ଗ୍ରାମକୁ ଯାଇଥିଲେ। ଫେରିବା ବେଳକୁ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଯଦ୍ୱାରା ସାଧୁଙ୍କ ମୁହଁରେ ଆଘାତ ଲାଗି ସେ ଅଚେତ ହୋଇ ପଡି ରହିଥିଲେ। ଡାକ୍ତରଖାନାକୁ ନେବାପରେ ଡାକ୍ତର ଶାନ୍ତି ସ୍ୱରୂପ ପଟନାୟକ ତାଙ୍କର ଚିକିତ୍ସା କରି ସାଧୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ।

Comments are closed.