ବିଦ୍ୟୁତ୍ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ

ସୋର : ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ନଦିଗାଁ ଅଞ୍ଚଳରେ ଗୁରୁବାର ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଖଗେଶ୍ବର ପତି। ସେ ତାଙ୍କ ବାଡ଼ିରେ ଥିବା ଗଛରେ ପାଣି ଦେଉଥିବା ସମୟରେ ଛିଡ଼ି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୋର ପୁଲିସ ଖବର ପାଇ ସେଠାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଚେଦ ପାଇଁ ପଠାଇଛି।

Comments
Loading...