ପୋଖରୀରେ ବୁଡି ବୃଦ୍ଧ ମୃତ

0

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ପାତ୍ର ସାହି ନିକଟ ବିଲ ମଝିରେ ଥିବା ଏକ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧ ଜଣକ ହେଉଛନ୍ତି ସାହାରପଡା ପାତ୍ର ସାହିର ନରସିଂହ ପାତ୍ର । ନରସିଂହଙ୍କର ବୟସ ୭୦ ବର୍ଷ ହେବ ବୋଲି ଜଣାପଡିଛି। ସୋମବାର ପୂର୍ବାହ୍ନରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ବୃଦ୍ଧଙ୍କ ଶବ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତକର ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପାଟଣା ପଠାଇଛନ୍ତି । ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave A Reply