ଜାଣନ୍ତୁ, କେଉଁ ଗ୍ରହର କୁପ୍ରଭାବରେ ହଜିଥାଏ ସୁନା ଅଳଙ୍କାର

ସୂର୍ଯ୍ୟ,ଚନ୍ଦ୍ର,ମଙ୍ଗଳ,ବୁଧ,ଗୁରୁ,ଶୁକ୍ର,ଶନି,ରାହୁ ଓ କେତୁ ୯ଟି ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ସ୍ଥାନ ଦିଆଯାଇଛି। ଏହାର ଶୁଭ ଓ ଅଶୁଭ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ।

ଗ୍ରହ ମଧ୍ୟରେ ସୂର୍ଯ୍ୟଙ୍କୁ ରାଜା ବୋଲି ଗ୍ରହଣ କରାଯାଇଛି। ସୂର୍ଯ୍ୟ ମାନ-ସମ୍ମାନ, ପ୍ରସିଦ୍ଧି ଓ ଭାଗ୍ୟର କାରକ ଅଟନ୍ତି।

କିନ୍ତୁ ଜାତକରେ ଏହି ଗ୍ରହ ଅଶୁଭ ସ୍ଥାନରେ ରହିଲେ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ଏପରିକି ପୂର୍ବରୁ ଆମ୍ଭମାନଙ୍କୁ ସଙ୍କେତ ମିଳିଯାଏ। ଯେପରି ସୁନା ଅଳଙ୍କାର ହଜିବା। ଏହା ଏକ ଅଶୁଭର ସଙ୍କେତ ହୋଇଥାଏ।

ସେତେବେଳେ ଆପଣଙ୍କୁ ବୁଝିବାକୁ ହେବ ଯେ, ସୂର୍ଯ୍ୟଙ୍କ ସ୍ଥିତି ଆପଣଙ୍କ ଜାତକରେ ଅଶୁଭ ସ୍ଥାନରେ ରହିଛି।

ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ବା ଜଳ ଅର୍ପଣ କରନ୍ତୁ। ଏହା ଦ୍ବାରା ଅଶୁଭ ପ୍ରଭାବ ଦୂର ହୋଇଥାଏ।

Comments are closed.