ଭତ୍ତାରୁ ବଞ୍ଚିତ ୯୨ ବର୍ଷର ବୃଦ୍ଧ; ଶୁଣିବାକୁ କେହି ନାହିଁ

ପଦ୍ମପୁର  : ଅସହାୟ ଅବହେଳିତ ବୃଦ୍ଧ ବୃଦ୍ଧାଙ୍କୁ ସରକାରୀ ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଲାଗୁ କରୁଛନ୍ତି  । କିନ୍ତୁ ପ୍ରକୃତରେ ଭତ୍ତା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମର ଚକା ସାହୁଙ୍କୁ ୯୨ ବର୍ଷ ବୟସ ହେଲାଣି ମାତ୍ର ଆଜି ପର୍ଯ୍ୟନ୍ତ ସେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି  । ଅନେକ ଥର ପଞ୍ଚାୟତ ରୁ ଆରମ୍ଭ କରି ପଦ୍ମପୁର ବିଡିଓ ପର୍ଯ୍ୟନ୍ତ ଭତ୍ତା ପାଇଁ ଅନେକ ଥର ଆବେଦନ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ  । ତେଣୁ ପଦ୍ମପୁର ପ୍ରଶାସନ ଏହି ବୃଦ୍ଧଙ୍କ ପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କଲେ ଚିର ଉପକୃତ ହେବେ ବୋଲି ପ୍ରକାଶ କରିବା ସହିତ ସାଧାରଣରେ ଦାବି ହେଉଛି  ।

Comments are closed.