‘ଓଲା’ ଭାରତରେ ପ୍ରତିଷ୍ଠା କରୁଛି ବିଶ୍ୱର ସର୍ବବୃହତ ଇ-ସ୍କୁଟର କାରଖାନା : ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ : ‘ଓଲା’ ଖୁବ ଶୀଘ୍ର ଏହାର ପ୍ରଥମ ଇ-ସ୍କୁଟରକୁ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ଏବଂ ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଏହାକୁ ବଜାରକୁ ଛାଡିପାରେ। ସୂଚନାଯୋଗ୍ୟ ଚଳିତ ବର୍ଷ ମେ’ ମାସରେ ଓଲା ଇଲେକ୍ଟ୍ରିକ୍ ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡମସ୍ଥିତ ଏର୍ଟଗୋ ବିଭି ଅଧିଗ୍ରହଣ ଘୋଷଣା କରିଥିଲା।
ଭାରତରେ ଇଲେକ୍ଟ୍ରିକ୍ ଯାନଗୁଡିକର ବଜାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଆପ ମାଧ୍ୟମରେ ଟ୍ୟାକ୍ସି ବୁକିଂ କମ୍ପାନୀ କରୁଥିବା ଓଲା (ଙଖଇ) ତାମିଲନାଡୁରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ତାମିଲନାଡୁ ରାଜ୍ୟ ସରକାରଙ୍କ ସହ ଏ ନେଇ କମ୍ପାନୀ ପକ୍ଷରୁ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର କକରାଯାଇଛି। ଏହି କାରଖାନା ପାଇଁ ‘ଓଲା’ ୨୪୦୦ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛି । ନୂତନ କାରଖାନା ଆରମ୍ଭ ହେବା ସହିତ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନୀ କହିଛି।

ବିଶ୍ବର ’ସବୁଠୁ ବଡ କାରଖାନା’
‘ଓଲା’ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଏହି ଇଲେକ୍ଟ୍ରିକ୍ ସ୍କୁଟର କାରଖାନା ବିଶ୍ୱର ସର୍ବବୃହତ ସ୍କୁଟର ଉତ୍ପାଦନ କାରଖାନା ହେବ। ଏହି କାରଖାନାର ପ୍ରାରମ୍ଭିକ ଉତ୍ପାଦନ କ୍ଷମତା ବାର୍ଷିକ ୨ ନିୟୁତ ୟୁନିଟ୍ ହେବ। ଏହାର ଅର୍ଥ ଏହି କାରଖାନାରୁ ଏହି ବର୍ଷ ୨୦ ନିୟୁତ ସ୍କୁଟର ଉତ୍ପାଦନ ହୋଇପାରିବ। ଏକ ବର୍ଷ ମଧ୍ୟରେ ‘ଓଲା’ କାରଖାନା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
‘ଓଲା’ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ‘ଓଲା’ କାରଖାନା ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହାଦ୍ୱାରା ଇଲେକ୍ଟ୍ରିକ୍ ଯାନ ଭଳି ପ୍ରମୁଖ କ୍ଷେତ୍ରଗୁଡିକରେ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ, ସ୍ଥାନୀୟ ଉତ୍ପାଦନ ବୃଦ୍ଧି ହେବ, ନିଯୁକ୍ତି ସୃଷ୍ଟି ହେବ ଏବଂ ଦେଶର ବୈଷୟିକ ଦକ୍ଷତା ବୃଦ୍ଧି ହେବ।

ବିଦେଶୀ ବଜାରକୁ ମଧ୍ୟ ରପ୍ତାନି ହେବ
‘ଓଲା’ର ଇଲେକ୍ଟ୍ରିକ୍ ସ୍କୁଟର କାରଖାନାରେ ନିର୍ମିତ ଯାନଗୁଡିକ କେବଳ ଭାରତୀୟ ବଜାରରେ ବିକ୍ରି ହେବ ନାହିଁ, ବରଂ ୟୁରୋପୀୟ, ଏସୀୟ ଓ ଲାଟିନ୍ ଆମେରିକୀୟ ବଜାର ସମେତ ବିଣ୍ବର ଅନ୍ୟ ବଜାରକୁ ମଧ୍ୟ ରପ୍ତାନି ହେବ। କମ୍ପାନୀ ଦାବି କରିଛି ଯେ ବିଶ୍ୱ ମଞ୍ଚରେ ଭାରତ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ ହବ୍ ଭାବରେ ଉଭା ହେବ।

ଶୀଘ୍ର ଲଞ୍ଚ କରିବ ପ୍ରଥମ ଇ-ସ୍କୁଟର
‘ଓଲା’ ଏହାର ପ୍ରଥମ ଇ-ସ୍କୁଟରକୁ ଶୀଘ୍ର ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ଏବଂ ଆସନ୍ତା ବର୍ଷ ଜାନୁୟାରୀ ସୁଦ୍ଧା ଏହାକୁ ବଜାରକୁ ଛାଡିପାରେ। ଚଳିତ ବର୍ଷ ମେ’ ମାସରେ ଓଲା ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡାମ୍ ଏର୍ଟଗୋ ବିଭି ଅଧିଗ୍ରହଣ ବିଷୟରେ ଘୋଷଣା କରିଥିଲା। ଏହା ପରେ କମ୍ପାନୀ ୨୦୨୧ ସୁଦ୍ଧା ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ପ୍ରଚଳନ କରିବାକୁ ଲକ୍ଷ୍ୟ ରଖିଥିଲା।

 

Comments are closed.