ନୂଆ ରୂପରେ ଆସୁଛି ଓଲାର ବିଦ୍ୟୁତ୍‍ ସ୍କୁଟର

ସମାଜ ବ୍ୟୁରୋ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ବଜାରକୁ ଆସୁଛି ଓଲାର ଅପଡେଟ୍‍ ଭର୍ସନ ସ୍କୁଟର । ଓଲା ଇଲେକ୍ଟ୍ରିକ୍‍ ସ୍କୁଟର ଏସ୍‍-୧ ଓ ଏସ୍‍-୧ ପ୍ରୋ ଖୁବଶୀଘ୍ର ବଜାରକୁ ଅପଡେଟ୍‍ ହୋଇ ଆସୁଛିି । ନିକଟରେ ଏନେଇ ଓଲାର ନିର୍ମାତା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଓଲାର ସଫ୍ଟୱେୟାର ଅପଡେଟ୍ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ତିନିରୁ ଛଅ ମାସ ସମୟ ଲାଗିପାରେ। ଓଲା ଇଲେକ୍ଟ୍ରିକ୍ ମୁଖ୍ୟ ମାର୍କେଟିଂ ଅଫିସର ବରୁଣ ଦୁବେ କହିଛନ୍ତି, କମ୍ପାନୀ ଚାହୁଁଛି ଗ୍ରାହକମାନେ ଯଥାଶୀଘ୍ର ଇଲେକ୍ଟ୍ରିକ୍ ସ୍କୁଟର ପାଇବେ । ସମୟ ପରିବର୍ତ୍ତନ ହେବା ସହ ସ୍କୁଟର ଗୁଡ଼ିକ ଅପଡେଟ୍‍ ହେବ । ଆସନ୍ତା କିଛି ମାସ ମଧ୍ୟରେ କ୍ରୁଜ୍ କଣ୍ଟ୍ରୋଲ୍, ହିଲ୍‍ ହୋଲ୍ଡ ଓ ନେଭିଗେସନ୍ ଭଳି ସୁବିଧା ଦିଆଯିବ । ପେର ଗ୍ରାହକ ମାନେ ବ୍ୟବହାର କରିବା ପରେ ଧୀରେଧୀାର ସବୁକିଛି ଅପଡେଟ୍‍ ହେବ ।

ଡିସେମ୍ବର ୨୦୨୧ରେ ବିତରଣ ଆରମ୍ଭ ହୋଇଥିଲା । ହେଲେ ଗ୍ରାହକମାନେ ଓଲା ସ୍କୁଟରରେ ସମସ୍ତ ସୁବିଧା ପାଇନଥିଲେ । ଫଳରେ ଅଭିଯୋଗ କରିଥିଲେ । ଡିସେମ୍ବର ପୂର୍ବରୁ ଓଲା ସ୍ପଷ୍ଟ କରିଥିଲା ଗ୍ରାହକଙ୍କୁ ପ୍ରଦାନ କରାଯିବାକୁ ଥିବା ସ୍କୁଟରଗୁଡ଼ିକର ସଫ୍ଟୱେୟାରର ବିଟା ଭର୍ସନ ରହିବ ନାହିଁ ।

ବରୁଣ ଦୁବେ ଆହୁରି କହିଛନ୍ତି, ୨୦୨୧ ମସିହାରେ, ୧୫ ଅଗଷ୍ଟରେ ଓଲା ଇ-ସ୍କୁଟର ଲଞ୍ଚ କରିବାକୁ ଘୋଷଣା କରାଯାଇଥିଲା । ଓଲା ଇଲେକ୍ଟ୍ରିକ୍ ଏହାର ଇ-ସ୍କୁଟର ପାଇଁ ପ୍ରାୟ ୯୦,୦୦୦ ବୁକିଂ ଗ୍ରହଣ କରିଥିବା ଦାବି କରିଛି । ସେହି ସମୟରେ, ଇଭି ନିର୍ମାତା ଡିସେମ୍ବର ୧୫ରୁ ବିତରଣ ଆରମ୍ଭ କରିଥିଲା । ପରେ, ଓଲା ଇଲେକ୍ଟ୍ରିକ୍ ଡିସେମ୍ବର ୩୦ ପର୍ୟ୍ୟନ୍ତ କେବଳ ୧୧୧ ଏସ-୧ ଏବଂ ଏସ-୧ ପ୍ରୋ ଇଲେକ୍ଟ୍ରିକ୍ ସ୍କୁଟର ବିତରଣ କରିଛି । ସେଣ୍ଟରର ଗାଡି ପୋର୍ଟାଲ ଅନୁଯାୟୀ, ଓଲା ଇଲେକ୍ଟ୍ରିକ୍ କେବଳ ଚାରୋଟି ରାଜ୍ୟରେ ଏହାର ଇଲେକ୍ଟ୍ରିକ୍ ସ୍କୁଟର ବଣ୍ଟନ କରିଥିଲା। ଯାହାକି ଏପର୍ୟ୍ୟନ୍ତ ଓଲା ଇଲେକ୍ଟ୍ରିକ୍ ସ୍କୁଟର ବିତରଣ ଉପରେ କୌଣସି ତଥ୍ୟ ପ୍ରଦାନ କରିନାହିଁ ।

Comments are closed.