ଓଲା ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଗ୍ରାହକଙ୍କୁ କରିବାକୁ ପଡ଼ିବ ଅପେକ୍ଷା

ନୂଆଦିଲ୍ଲୀ: ଓଲା ସ୍କୁଟର ପାଇଁ ଗ୍ରାହକଙ୍କୁ କରିବାକୁ ପଡ଼ିବ ଅପେକ୍ଷା । ଓଲା ଇଲେକ୍ଟ୍ରିକ୍ ସ୍କୁଟରର ଉତ୍ପାଦନରେ ବିଳମ୍ବ ହେତୁ ଗ୍ରାହକଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଯେଉଁମାନେ ବୁକିଂ ରାଶି ପ୍ରଦାନ କରିସାରିଛନ୍ତି ସେମାନଙ୍କୁ ନିକଟରେ ଓଲା ଇଲେକ୍ଟ୍ରିକ୍ ସ୍କୁଟର ପହଞ୍ଚିବାକୁ କିଛି ଦିନ ସମୟ ଲାଗିବ । ଏ ନେଇ ଓଲା ତାର ବିବୃତି ରଖିଛି । ଓଲାର କହିବା ଅନୁଯାୟୀ, ଯୋଗାଣ ଶୃଙ୍ଖଳା କାରଣରୁ କମ୍ପାନୀ ଉତ୍ପାଦନ ସମସ୍ୟାର ସମ୍ମୁଖୀନ ହେଉଛି। ଉତ୍ପାଦନରେ ବିଳମ୍ବ ହେତୁ ୯୦,୦୦୦ରୁ ଅଧିକ ଅର୍ଡର ପାଇବା କଷ୍ଟକର ହେବ ।
ଓଲା ଇଲେକ୍ଟ୍ରିକ୍ ୧୫ ଅଗଷ୍ଟ ୨୦୨୧ରେ ଏହାର ଏସ-୧ ଏବଂ ଏସ-୧ ପ୍ରୋ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଥିଲା । ଉତ୍ପାଦନ ବିଳମ୍ବ ପରେ ଗ୍ରାହକଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ବିତରଣ ଆରମ୍ଭ କରିଛି । କମ୍ପାନୀ ୧୫ ଡିସେମ୍ବର ୨୦୨୧ରେ ଏନେଇ ମଧ୍ୟ ଘୋଷଣା କରିଛି । ବର୍ତ୍ତମାନ, ଓଲା ଇଲେକ୍ଟ୍ରିକ୍ କହିଛି ଯେ, ଡିସେମ୍ବରରେ କମ୍ପାନୀ ପ୍ରାୟ ୪,୦୦୦ ସ୍କୁଟର ବିତରଣ କରିଛି।
ସେପଟେ ଓଲା ସ୍କୁଟର ବ୍ୟବହାରକାରୀ ମଧ୍ୟ କିଛି ଅଭିଯୋଗ ଆଣିଛନ୍ତି । କିଛି ଯାନ୍ତ୍ରୀ ତ୍ରୁଟି ସହ କିଛି ଅନ୍ୟ ଅସୁବିଧା ଉପରେ ଅଭିଯୋଗ ହୋଇଛି । ଅଭିଯୋଗକୁ ନେଇ ମଧ୍ୟ ଓଲା ତାର ସ୍ପଷ୍ଟୀକରଣ ରଖିଛି । ଓଲା ଇଲେକ୍ଟ୍ରିକ୍ ମୁଖ୍ୟ ବିଜନେସ୍‍ ଅଫିସର କହିଛନ୍ତି କି ପ୍ରାୟ ୪,୦୦୦ ଓଲା ଇଲେକ୍ଟ୍ରିକ୍ ସ୍କୁଟର ଏକାଧିକ ସହରରେ ଗ୍ରାହକଙ୍କୁ ପ୍ରଦାନ କରାଯାଇଛି । ଗ୍ରାହକଙ୍କ ଦ୍ୱାରା ଆସିଥିବା ଅଧିକାଂଶ ଅଭିଯୋଗ ଗମନାଗମନକୁ ନେଇଥିଲା । ଅଭିଯୋଗକୁ ସଂଶୋଧନ କରାଯାଇଛି ।

Comments are closed.