ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ବର :  ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ । ପ୍ରଥମଥର ଲାଗି ପିଜିସ୍ତରରେ କୋର୍ସ ପାଇଁ ଓଜେଇଇ ପକ୍ଷରୁ ଅନଲାଇନ ଟେଷ୍ଟ ହୋଇଥିଲା । ଆସନ୍ତାକାଲି ଉଭୟ ଅନଲାଇନ ଓ ଅଫଲାଇନରେ ହୋଇଥିବା ପରୀକ୍ଷାଫଳ ପ୍ରକାଶ ପାଇବ। ପିଜି କୋର୍ସ ପାଇଁ ୧୭ହଜାର ୩୫୫ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ୍‍ ଫାର୍ମା, ଇଞ୍ଜିନିୟରିଂ ପାଇଁ ୩୦ହଜାର ଛାତ୍ରଛାତ୍ରୀ ଏହିପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ଅଫଲାଇନରେ ୨୫ହଜାର ୭୩୧ ଓ ଅନଲାଇନରେ ୧୩ହଜାର ୯୧୮ଜଣ ପରୀକ୍ଷା ଦେଇଥିଲେ।

Comments are closed.