ଏପ୍ରିଲ ୨୫ ଯାଏଁ ବଢ଼ିଲା ଓଜେଇଇ ଆବେଦନ

ସ୍ଥଗିତ ରହିଲା ୟୁଜିସି ନେଟ ପରୀକ୍ଷା

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଉପୁଜିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ ଅନଲାଇନ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ମାର୍ଚ୍ଚ ୨୭ରେ ପଞ୍ଜୀକରଣର ଶେଷ ତାରଖ ଧାର୍ୟ୍ୟ କରାଯାଇଥିଲା। କରୋନା ଯୋଗୁ ଚଳିତ ମାସ ୨୫ତାରଖ ପର୍ୟ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି।ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପରେ ଆଡମିଟ କାର୍ଡ ପ୍ରଦାନ ସମ୍ବନ୍ଧରେ ସୂଚନା ଦିଆଯିବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛ। ସେହିପରି ୟୁଜିସି ନେଟ ପରୀକ୍ଷାକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୧୫ରୁ ୨୦ ପର୍ଯ୍ୟନ୍ତ ଏହି ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଥିଲା। ଏପ୍ରିଲ ୧୫ ପରେ ନୂତନ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନଟିଇ କହିଛି। ପୂର୍ବରୁ ମେ ୧୫ ଯାଏଁ ୟୁଜିସି ପରୀକ୍ଷା ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇ ଥିଲା।

Comments are closed.